କ୍ରିକେଟ୍‌ରୁ ଅବସର ନେଲେ ମହମ୍ମଦ କୈଫ୍‌: ଭାବୁକ ହୋଇ ଲେଖିଲେ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

କ୍ରିକେଟ୍‌ରୁ ଅବସର ନେଲେ ମହମ୍ମଦ କୈଫ୍‌: ଭାବୁକ ହୋଇ ଲେଖିଲେ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ନେଇଛନ୍ତି। କୈଫ୍‌ ପ୍ରାୟ ୧୨ ବର୍ଷ ପୂର୍ବେ ଭାରତୀୟ ଟିମ୍‌ ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭାବେ ଭାରତୀୟ ଟିମ୍‌ ପାଇଁ ସେ ଅନେକ ମ୍ୟାଚ୍‌ ଖେଳିଆସିଛନ୍ତି। ବ୍ୟାଟିଂ ସହ ଆକର୍ଷଣୀୟ ଫିଲ୍ଡିଂ ପାଇଁ ସେ ବେଶ୍‌ ଜଣାଶୁଣା। ୩୭ ବର୍ଷୀୟ କୈଫ୍‌ ଭାରତୀୟ ଟିମ୍‌ ପାଇଁ ୧୩ଟି ଟେଷ୍ଟ୍‌ ଓ ୧୨୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୦୦୨ରେ ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ନେଟ୍‌ୱେଷ୍ଟ ସିରିଜ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଆକର୍ଷଣୀୟ ଇଂନିସ ଖେଳି ସେ ଭାରତକୁ ଜିତାଇଥିଲେ। କୈଫ୍‌ ଏହି ମ୍ୟାଚ୍‌ରେ ୮୭ ରନ୍‌ର ସ୍ମରଣୀୟ ପାଳି ଖେଳି ସମସ୍ତଙ୍କ ହୃଦୟରେ ଛାଇଯାଇଥିଲେ।।

ଏକ ମେଲ୍‌ ଜରିଆରେ ସେ କ୍ରିକେଟ୍‌ରୁ ଅବସର ନେବାକଥା ଘୋଷଣା କରିଛନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ବର୍ତ୍ତମାନ ନେଟ୍‌ୱେଷ୍ଟ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ। ଏଭଳି ସମୟରେ କ୍ରିକେଟ୍‌ରୁ ଅବସର ନେଉଥିବାରୁ ଭାବୁକ ହୋଇଯାଇଛନ୍ତି କୈଫ୍‌। ସେ ଲେଖିଛିନ୍ତି, ଆଜି ସେ କ୍ରିକେଟ୍‌ରୁ ଅବସର ନେଉଛନ୍ତି। ଏହାରି  ଭିତରେ ସେହି ନେଟ୍‌ୱେଷ୍ଟ ସିରିଜ୍‌କୁ ୧୬ ବର୍ଷ ବିତିଯାଇଛି। ଯେଉଁ ସିରିଜ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ସେ ଧେର୍ଯ୍ୟର ସହ ବ୍ୟାଟିଂ କରି ଇଂଲଣ୍ଡକୁ ପରାସ୍ତ କରିଥିଲେ”। ଏହି ମ୍ୟାଚ୍‌ ପରେ ରାତାରାତି ସେ ହିରୋ ପାଲଟିଯାଇଥିଲେ।



from OdishaReporter https://ift.tt/2KXyi7C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages