
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିମାଣ୍ଡ୍ରେ ଯିବ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ୍ ପୁଲିସ୍ ତାକୁ ୪ ଦିନିଆ ରିମାଣ୍ଡରେ ଆଣିବ।
ସଞ୍ଜୟ ଆଉ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି, ଚୋରି ବେଳେ କେଉଁ ଟେକନିକ୍ ଆପଣାଉଥିଲା, ରିମାଣ୍ଡ୍ ସମୟରେ ସେ ନେଇ ଖୋଳତାଡ଼ କରିବ ପୁଲିସ୍।
ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ହେଲମେଟ୍ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ ଅନ୍ୟ ସମୟରେ ସଞ୍ଜୟ ହେଲ୍ମେଟ ଭିତରେ ମୁହଁ ଲୁଚାଇ ଘରେ କଳାକନା ବୁଲାଉଥିଲା। ଦେଢ଼ବର୍ଷ ଭିତରେ ସଞ୍ଜୟ ପ୍ରାୟ ୬୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଲୁଟିଥିଲା।
ଗତ ୨୬ ତାରିଖରେ କମିଶନରେଟ୍ ପୁଲିସ୍ ତାକୁ ଧରିବାରେ ସକ୍ଷମ ହୋଇଥିଲା।
from OdishaReporter https://ift.tt/2n02Tms
No comments:
Post a Comment