ଧୋନି ଝାଡ଼ଖଣ୍ଡର ସର୍ବାଧିକ ଟିକସଦାତା: ଜାଣନ୍ତୁ କେତେ ଟଙ୍କା ଦେଇଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଧୋନି ଝାଡ଼ଖଣ୍ଡର ସର୍ବାଧିକ ଟିକସଦାତା: ଜାଣନ୍ତୁ କେତେ ଟଙ୍କା ଦେଇଛନ୍ତି

ରାଞ୍ଚି: ଭାରତୀୟ କ୍ରିକେଟର ତଥା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡର ଏବେ ସର୍ବାଧିକ ଟିକସ୍‌ଦାତା ହୋଇଛନ୍ତି। ସେ ୨୦୧୭-୧୮ରେ ୧୨.୧୭ କୋଟି ଟଙ୍କା ଟିକସ୍‌ ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଧୋନି ଅଧିକ ୧.୨୪ କୋଟି ଟଙ୍କା ଦେଇଛନ୍ତି। ଅର୍ଥାତ ଧୋନିଙ୍କ ଆୟ ବଢ଼ିଛି ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଧୋନି ୨୦୧୬-୧୭ ଆର୍ଥିକ ବର୍ଷରେ ୧୦.୯୩ କୋଟି ଟଙ୍କା ଟିକସ୍‌ ଦେଇଥିଲେ। କିନ୍ତୁ ସେ ସର୍ବାଧିକ ଟିକସ୍‌ଦାତା ହୋଇ ନଥିଲେ। ତେବେ ଅଧିକାରୀ ଜଣଙ୍କ ୨୦୧୬-୧୭ରେ କିଏ ସର୍ବାଧିକ ଟିକସ୍‌ଦାତା ଥିଲେ, ତାଙ୍କ ନାଁ କହିବାକୁ ମନା କରିଦେଇଛନ୍ତି।

 ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ରେ ଧୋନି ବଲ ବ୍ୟାଟିଂ କରି ନଥିବାରୁ, ତାକୁ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା। ସେ ୩ଟି ଟି-୨୦ରେ ମାତ୍ର ୩୨ ରନ୍‌ ଓ ସମାନ ସଂଖ୍ୟକ ଦିନିକିଆରେ ମାତ୍ର ୭୯ ରନ୍‌ କରିଥିଲେ। ଧୋନିଙ୍କ ଧିମା ବ୍ୟାଟିଂ ପାଇଁ ଭାରତ ଇଂଲଣ୍ଡଠାରୁ ୨-୧ରେ ଦିନିକିଆ ସିରିଜ୍‌ ହାରିଥିଲା ବୋଲି କିଛି ସମାଲୋଚକ କହିଥିଲେ।  ମ୍ୟାଚ୍‌ ଶେଷରେ ଧୋନି ଅମ୍ପାୟରଙ୍କଠାରୁ ବଲ୍‌ ମାଗି ରଖିବାରୁ ସେ ଅବସର ନେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।



from OdishaReporter https://ift.tt/2A9VOJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages