BSNL ଆଣିଲା ଜିଓଠୁ ଶସ୍ତା ପ୍ଲାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

BSNL ଆଣିଲା ଜିଓଠୁ ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ଦୁଇଦିନ ଭିତରେ ବିଏସ୍‌ଏନ୍‌ଏଲ୍‌ ଅନେକ ଭ୍ୟାଲ୍ୟୁ ପ୍ଲାନ୍‌ ଲଞ୍ଚ୍‌ କରଛି। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ଗୁଡ଼ିକ ଜିଓକୁ କଡ଼ା ଟକ୍କର୍ ଦେଉଛି। ବିଏସ୍‌ଏନ୍‌ଏଲ୍‌ ରିଲାଏନ୍ସ ଜିଓର ୧୯୮ଟଙ୍କିଆ ପ୍ଲାନ୍‌କୁ ଟକ୍କର୍ ଦେବା ପାଇଁ ଲଞ୍ଚ୍ କରିଛି ୧୭୧ ଟଙ୍କିଆ ପ୍ଲାନ୍‌। ଏହି ପ୍ଲାନରେ ୟୁଜରଙ୍କୁ ୬୦ ଜିବି ଡାଟା ମିଳିବ। ଆସନ୍ତୁ ଜାଣିବା ବିଏସ୍‌ଏନ୍‌ଏଲ୍‌ ଓ ଜିଓର ପ୍ଲାନଗୁଡ଼ିକ ବିଷୟରେ।

 BSNL ୧୭୧ ପ୍ଲାନ୍

ଏହି ପ୍ଲାନ୍‌ରେ ୟୁଜର୍‌ଙ୍କୁ ୩୦ ଦିନର ବୈଧତା ସହ ଦୈନିକ ୨ଜିବି ୩ଜି ଡାଟା ମିଳିବ। ଏହିଭଳି ଭାବେ ୩୦ ଦିନରେ ୟୁଜରଙ୍କୁ ୬୦ ଜିବି ଡାଟା ମିଳିବ। ଏଥି ସହ ଅନିଲିମିଟେଡ୍‌ କଲିଂ ଓ ପ୍ରି ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏହି ପ୍ଲାନ୍‌ ବର୍ତ୍ତମାନ ପାଇଁ କେବଳ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଉପଲବ୍ଧ।

ରିଲାଏନ୍ସ ଜିଓ ୧୯୮ ପ୍ଲାନ୍

ଜିଓର ଏହି ପ୍ଲାନ୍‌ରେ ୟୁଜର୍‌ଙ୍କୁ ୨୮ ଦିନର ଭ୍ୟାଲିଡିଟି ସହ ୫୬ ଜିବି ଡାଟାର ଲାଭ ମିଳୁଛି। ଏଥିରେ ୟୁଜର୍‌ଙ୍କୁ ଦୈନିକ ୨ଜିବି ଡାଟା ମିଳୁଛି। ଏଥିସହ ଅନଲିମିଟେଡ୍ ଭଏସ୍‌ କଲିଂ ଓ ୧୦୦ ଫ୍ରି ଏସ୍‌ଏମ୍‌ଏସ୍‌ର ସୁବିଧା ଉପଲବ୍ଧ।

ରିଲାଏନ୍ସ ଜିଓ ୧୪୮ ପ୍ଲାନ୍

ଜିଓର ଏହି ପ୍ଲାନ୍‌ରେ ୨୮ ଦିନର ଭ୍ୟାଲିଡିଟି ସହ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ। ଏହାସହ ଅନ୍ୟ ପ୍ଲାନ୍‌ ଗୁଡ଼ିକ ଭଳି ଏଥିରେ ମଧ୍ୟ ଅନ୍‌ଲିମିଟେଡ୍ ଭଏସ୍‌ କଲିଂ ଓ ୧୦୦ ଫ୍ରି ଏସ୍‌ଏମ୍‌ଏସ୍‌ର ସୁବିଧା ଉପଲବ୍ଧ।



from OdishaReporter https://ift.tt/2LpgS3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages