ଡାକ୍ତରଖାନା ସରକାରୀ, ସେବା ବେସରକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଡାକ୍ତରଖାନା ସରକାରୀ, ସେବା ବେସରକାରୀ

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ମେଡିକାଲ କଲେଜକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ବଲାଙ୍ଗିରବାସୀ।  ସ୍ୱପ୍ନ ସାକାର ହେଲା। ମେଡିକାଲ କଲେଜରେ ନାମଲେଖା ବି ଆରମ୍ଭ ହେଲା।  ତିନି ବର୍ଷ ପାଇଁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ ହସ୍‌ପିଟାଲ ଭାବେ ବ୍ୟବହାର କରାଗଲା। ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଏଥିପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧାସୁଯୋଗ ଓ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଗଲା। ହେଲେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ସମସ୍ୟା ସୁଧୁରୁନି। ଯଥା ପୂବଂ ତଥା ପରଂ।

ଏହି ହସ୍‌ପିଟାଲ୍‌ ଉପରେ ନିର୍ଭର କରନ୍ତି ଆଖପାଖ ପାଞ୍ଚଟି ଜିଲ୍ଳାର ରୋଗୀ । ହେଲେ ଦୁଭାଗ୍ୟ, ସେମାନଙ୍କ ସବୁ ଆଶା ଆଶାରେ ରହିଯାଉଛି।  ସୁଇପରଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ ଦାଉ ସାଧୁଛନ୍ତି ରୋଗୀଙ୍କ ଉପରେ।  କିନ୍ତୁ ସବୁଠି ବେଶି ଅଭିଯୋଗ ଆସୁଛି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ। କେତେବେଳେ ନର୍ସ ଦିଦିଙ୍କ ମିଠାଖିଆ ଲାଞ୍ଚକୁ ନେଇ ତ ଆଉ କେତେବେଳେ ପଇସା ଦେଇ ନ ପାରି ବାରଣ୍ଡାରେ ପ୍ରସବକୁ ନେଇ। ଏବେ ଗୁରୁତର ଅଭିଯୋଗର ମାମଲା ଯାଇ ଥାନାରେ ପହଞ୍ଚିଛି।  ସରକାରୀ ଡାକ୍ତରଖାନାରେ ଚାଲିଛି ବେସରକାରୀ ଚିକିତ୍ସା।  ଗୁରୁତର ରୋଗୀଙ୍କୁ ପଠାଯାଉଛି ଘରୋଇ କ୍ଳିନିକ୍‌କୁ ।  ଆଉ ଏ ସବୁ କରୁଛନ୍ତି ଦାୟିତ୍ୱରେ ଥିବା ଡାକ୍ତରବାବୁ।  ତେଣୁ ଏକ ଘଟଣାକୁ ନେଇ ଥାନାରେ ଅଭିଯୋଗ ହେଲା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସି.ଡି.ଏମ୍.ଓ।

ଘଟଣାଟି ହେଉଛି ଏମିତି- ଆଗଲପୁର ବ୍ଳକ ପଟୁଆପାଲିର ବାସିନ୍ଦା ଯୁଧିଷ୍ଠିର ଡାଙ୍ଗ ତାଙ୍କ ଗର୍ଭବତୀ ସ୍ତ୍ରୀ ଲିଲିଙ୍କୁ ଲୋଇସିଂହା ଡାକ୍ତରଖାନାରେ ଚିକିତ୍ସା କରାଉଥିଲେ।  କିନ୍ତୁ ଡାକ୍ତର ଦେଇଥିବା ତାରିଖର ଅନେକ ଦିନ ପରେ ବି ପ୍ରସବ ନ ହେବାରୁ, ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ କହିବା ମୁତାବକ, ଦାୟିତ୍ୱରେ ଥିବା ଡାକ୍ତର ପ୍ରେମାନନ୍ଦ ମହାନ୍ତି, ରୋଗୀଙ୍କୁ ଦେଖିଥିଲେ, ଆଉ ଏକ ଚିଠାରେ କେବଳ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ। କୌଣସି ଔଷଧ ଲେଖି ନ ଥିଲେ।  ହସ୍‌ପିଟାଲରେ ସବୁ ପ୍ରକାର ସରକାରୀ ସୁବିଧା ଥିବା ସତ୍ୱେ, ନିଜେ ବସୁଥିବା ଘରୋଇ କ୍ଳିନିକକୁ ଆସିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।  ଗୁରୁତର ସ୍ତ୍ରୀଙ୍କ ଚିକିତ୍ସାକୁ ନେଇ ଆରମ୍ଭ ହୋଇଥିଲା ମୂଳଚାଲ।  ଶେଷରେ ଏକ ହଜାର ଟଙ୍କା ଦେଇ ଚିକିତ୍ସା କରାଇବା ସହିତ, ଔଷଧ ବାବଦକୁ ଅଲଗା ଟଙ୍କା ଦେବାକୁ ପଡିଥିଲା।  ହେଲେ ଚିକିତ୍ସାରେ ଡାକ୍ତର ଅବହେଳା କରୁଥିବା ନେଇ ଅଭିଯୋଗ ଥାନାରେ ଅଭିଯୋଗ କରିଛନ୍ତି ଯୁଧିଷ୍ଠିର। କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର । ସି.ଡି.ଏମ୍.ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।



from OdishaReporter https://ift.tt/2uvjt0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages