
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ୍କୁ କାଉଣ୍ଟର କରିବାକୁ ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରିଛି କି ବିଜେପି? ଭାଷ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସୋନାଲ୍ ମାନ୍ସିଂ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଜେଡି କହିଛି ନବୀନଙ୍କ ଭାବମୂର୍ତ୍ତି ଏପରି ସ୍ତରରେ ରହିଛି ତାକୁ କେହି ବି କାଉଣ୍ଟର କରିପାରିବେନି।
ଅନ୍ୟପଟେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ୍କୁ କାଉଣ୍ଟର ଲାଗି ଏମିତି ଅସ୍ମିତାର କାର୍ଡ ଖେଳିଛି କେନ୍ଦ୍ର। କାରଣ ବିଜେପି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି ନବୀନଙ୍କ ଭାବମୂର୍ତ୍ତି । ବିଜେଡି ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାରରେ ଦୁର୍ନୀତିକୁ ନେଇ ଦଳର ଛବି ମଳିନ ହେଇଆସୁଥିଲା ବେଳେ ଏବେ ବି ମୁଖିଆଙ୍କ ଇମେଜ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସେପଟେ ବିଜେଡି ମଧ୍ୟ ବ୍ରାଣ୍ଡ ନବୀନଙ୍କୁ ପ୍ରମୋଟ କରିବାକୁ ସୋସିଆଲ୍ ମିଡିଆରେ ଅଭିଯାନ ଚଳାଇଛି। ତେଣୁ ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ପ୍ରସଙ୍ଗକୁ ଛୁଇଁ ଲୋକଙ୍କ ସମର୍ଥନ ନେବାର ଷ୍ଟ୍ରାଟେଜି କରୁଛି କି ବିଜେପି ? ଏହାକୁ ନେଇ ରାଜନୀତି ବି ତେଜିଛି।
ଅବଶ୍ୟ ଓଡ଼ିଆ ଅସ୍ମିତା କାର୍ଡ ଷ୍ଟ୍ରାଟେଜୀର ଇଏ ପ୍ରଥମ ଘଟଣା ନୁହେଁ। ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉ କି, ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନ,ମୋଦି ସରକାର ଅମଳରେ ରାଜ୍ୟରେ ପଦ୍ମ ବିଜେତାଙ୍କ ସଂଖ୍ୟାରେ ବୃଦ୍ଧି ହେଉ କି ବିଭିନ୍ନ ଓଡ଼ିଆ ପର୍ବପର୍ବାଣୀକୁ ନେଇ ଟ୍ୱିଟ୍। ଏସବୁ ଘଟଣାରୁ ବିଜେପି ଫୋକସ୍ ଷ୍ଟେଟ୍ରେ ଯେ ଓଡ଼ିଶା, ତାକୁ ଦଳ ପ୍ରମାଣିତ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
ତେବେ ବିଜେପିର ଏ ଅସ୍ମିତା କାର୍ଡ ବିଜେଡିକୁ ଅଡୁଆ କରିଛି। କାରଣ ୨୦୧୪ରେ ରଘୁନାଥଙ୍କୁ ରାଜ୍ୟସଭା ପଠାଇବାର ପ୍ରୟାସ କରି ବି ବିଫଳ ହୋଇଥିଲା ଦଳ । ବିଜେଡିର ଭୁଲ୍ ରଣନୀତି ଯୋଗୁଁ ସେତେବେଳେ ରଘୁନାଥ ହାରିଯାଇଥିବା ଚର୍ଚ୍ଚା ହେଲା । ତେଣୁ ଏଥିରୁ ବିଜେପି କେତେ ଫାଇଦା ନେଉଛି ତାହା ଉପରେ ନଜର।
from OdishaReporter https://ift.tt/2LkKUSn
No comments:
Post a Comment