
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନ୍ର ଟମ୍ ବେକର୍ ଏବଂ ତାଙ୍କର ୯ ବର୍ଷର ପୁଅ ଟିମୋଥୀଙ୍କୁ ଜୋତା ପିନ୍ଧିବାକୁ ଡର ଲାଗିଥାଏ। ଆପଣ ଭାବୁଥିବେ, ଏ କି ପ୍ରକାର କଥା। ଲୋକମାନେ ବିଭିନ୍ନ ପ୍ରକାରର ଜୋତା କିଣି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଏହି ବାପ ପୁଅ ଦୁହେଁ ଜୋତା ପିନ୍ଧିବା ପାଇଁ ଡରିଥାନ୍ତି କ’ଣ ପାଇଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଦୁହିଁଙ୍କର ପାଦର ଅବସ୍ଥା ଏପରି ଯେ, ଦେଖିବା ଲୋକଙ୍କୁ ଡର ଲାଗିଥାଏ। ବାସ୍ତବରେ ଏହି ବାପ,ପୁଅଙ୍କୁ ଦୁନିଆର ସବୁଠାରୁ ବିରଳ ରୋଗ ପାଚିଓନିଚିଆ କନ୍ଜେନିଟା(Pachyonychia Congenita)ହୋଇଛି। ସାରା ଦୁନିଆରେ ଦଶକୋଟି ଲୋକଙ୍କ ମଧ୍ୟରୁ ୬୦୦ଲୋକଙ୍କୁ ଏହି ବିରଳ ରୋଗ ହୋଇଥିବା ଜଣା ପଡ଼ିଛି।
କ’ଣ ଏହି ରୋଗ?
୧.ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ଏକ ପ୍ରକାରର ଜେନେଟିକ୍ ଡିଜର୍ଡର୍ ଯାହା କୌଣସି ବ୍ୟକ୍ତିର ଶରୀରକୁ ପ୍ରଭାବିତ କରିଥାଏ। ଏହି ଡିଜର୍ଡର୍ରୁ ବ୍ୟକ୍ତିର ଶରୀରରେ କେରାଟିନ୍(keratin) ନାମକ ତତ୍ତ୍ୱ ସୃଷ୍ଟି ହୋଇଥାଏ। ଏହି ତତ୍ତ୍ୱ ନଖ ଏବଂ ତ୍ୱଚାରେ ଦେଖିବାକୁ ମିଳିଥାଏ।
୨. ଏହି ରୋଗରେ ଆକ୍ରାନ୍ତ ଥିବାରୁ ଟମ୍ ଏବଂ ତାଙ୍କ ପୁଅକୁ ସବୁ ସପ୍ତାହରେ ନିଜ ଗୋଡ଼ର ଚମଡା କାଟିବାକୁ ପଡ଼ିଥାଏ। ଏଥିଯୋଗୁ ଦୁହିଁଙ୍କୁ ପ୍ରବଳ ଯନ୍ତ୍ରଣା ହେଉଥିବାରୁ ସେମାନେ ଶୋଇ ମଧ୍ୟ ପାରନ୍ତି ନାହିଁ।
୩.ଟମ୍ କୁହନ୍ତି, “ଅଧିକ ସମୟ ଧରି ସେ ଚାଲି ପାରନ୍ତି ନାହିଁ। ଏହାର କାରଣ, ଚାଲିବା ସମୟରେ ତାଙ୍କ ପାଦର ଚମଡା ଭାଙ୍ଗିବାକୁ ଲାଗିଥାଏ ଯାହାର ଯନ୍ତ୍ରଣା ଅସହ୍ୟ ହୋଇଥାଏ।”
from OdishaReporter https://ift.tt/2JgFW7k

No comments:
Post a Comment