ଚାଷୀଙ୍କୁ ସାର ଯୋଗାଣ ଉପରେ କେନ୍ଦ୍ରର ଅନ‌୍‍ଲାଇନ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଚାଷୀଙ୍କୁ ସାର ଯୋଗାଣ ଉପରେ କେନ୍ଦ୍ରର ଅନ‌୍‍ଲାଇନ ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣୁସାର ଭିତ୍ତିକ ସବ୍‌ସିଡି ଓ ସିଟି କମ୍ପୋଷ୍ଟ୍‌ ଯୋଜନାକୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରଖିବେ। ଅତିରିକ୍ତ ସମୟ ପାଇଁ ଏହି ଯୋଜନା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୬୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଡିବିଟି ମାଧ୍ୟମରେ ସାର କମ୍ପାନୀମାନଙ୍କୁ ସବ୍‌ସିଡିଯୁକ୍ତ ସାର ଯୋଗାଇବା ନିମନ୍ତେ ଏହି ଅର୍ଥ ଦିଆଯିବ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ଏହାକୁ ଅନୁମୋଦନ କରିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଯୋଜନା (ସ୍ୱାଧୀନ) ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା ଦେଇଛନ୍ତି।

ସିଟି କମ୍ପୋଷ୍ଟ୍‌ ସ୍କିମ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି,  ସହରାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକୁ ସମର୍ଥନ ଦେବାଲାଗି ସିଟି କମ୍ପୋଷ୍ଟ ସ୍କିମ୍‌ ଆରମ୍ଭ କରାଯାଇଛି। ଆଖପାଖ ଅଞ୍ଚଳର ଚାଷୀଙ୍କୁ ଏହି କମ୍ପୋଷ୍ଟ୍‌ ଖତ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି।



from OdishaReporter https://ift.tt/2v1z4W1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages