
ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି। ଫଳରେ ମାଲିକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେପଟେ ବଣ୍ଡା ଘାଟିରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଛି। ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଖଇରପୁଟରେ ଜମିକୁ ଚାଷ କରିବାକୁ ଯାଇଥିବାବେଳେ ନଦୀରେ ଭାସି ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏମ୍.ଭି ୩୭, କୋରକୋଣ୍ଡା, ପଟେରୁ, ବାଙ୍କରକୋଣ୍ଡା ନଦୀରେ ଜଳସ୍ତର କମି ଥିବାବେଳେ, କାଲିମେଳା ଓ ଜୟପୁରକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି।
from OdishaReporter https://ift.tt/2mvJzND
No comments:
Post a Comment