ମହିଳା ବିଶ୍ୱକପ ହକି: ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେବା ଆଶଙ୍କାରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ମହିଳା ବିଶ୍ୱକପ ହକି: ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେବା ଆଶଙ୍କାରେ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍ ଡ୍ର ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ୟଲ୍ୟାଣ୍ଡ ଠାରୁ ୧-୦ରେ ପରାସ୍ତ ହୋଇଛି ଭାରତ। ମହିଳା ହକି ବିଶ୍ୱକପ ପୁଲ୍ ବି’ର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ଆର୍ୟଲ୍ୟାଣ୍ଡ। ଏହି ବିଜୟ ସହ ଆର୍ୟଲ୍ୟାଣ୍ଡ ନକ୍‌ଆଉଟ୍‌ରେ ନିଜ ସ୍ଥାନ ପକ୍କା କରିନେଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ନକ୍‌ଆଉଟ୍‌ ରାସ୍ତା ସହଜ ମନେହେଉନି। ବିଶ୍ୱମାନ୍ୟତାରେ ୧୬ ତମ ସ୍ଥାନରେ ଥିବା ଆର୍ୟାଲ୍ୟାଣ୍ଡ ୧୦ମ ସ୍ଥାନରେ ଥିବା ଭାରତୀୟ ଟିମ୍‌କୁ ମାତ୍‌ ଦେଇଛି।

ପ୍ରଥମାର୍ଦ୍ଧ ଖେଳର ୧୨ ମିନିଟରେ ଆର୍ୟାଲ୍ୟାଣ୍ଡ ପ୍ରଥମ ଗୋଲ୍‌ ସ୍କୋର କରି ଅଗ୍ରଣୀ ରହିଥିଲା। ପ୍ରଥମାର୍ଦ୍ଧରେ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଗୋଲ୍‌ କରିବାରେ ଫେଲ୍‌ ମାରିଥିଲେ ଭାରତୀୟ ଖେଳାଳି। କିନ୍ତୁ ଆର୍ୟାଲ୍ୟାଣ୍ଡ ଟିମ୍‌କୁ ପ୍ରଥମାର୍ଦ୍ଧରେ ମାତ୍ର ୨ଟି ପେନାଲ୍ଟି କର୍ଣ୍ଣର ମିଲିଥିବା ବେଳେ ସେଥିରୁ ଗୋଟିଏ ଗୋଲ୍‌ କରିବାରେ ସକ୍ଷମ ହୋଇଥିଲା ଟିମ୍‌।

କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲା। ଏହାପୂର୍ବରୁ ୨୧ ତାରିଖରେ ଖେଳଯାଇଥିବା ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ମ୍ୟାଚ୍‌ ଡ୍ର ରଖିଥିଲା।



from OdishaReporter https://ift.tt/2LEhXE1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages