ଜାହ୍ନବୀଙ୍କ ଉପରୁ ପ୍ରତିଶୋଧ ନେଲେ ମୋଦି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଜାହ୍ନବୀଙ୍କ ଉପରୁ ପ୍ରତିଶୋଧ ନେଲେ ମୋଦି!

ମୁମ୍ବାଇ: ଗତ କାଲି ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ ‘ଧଡକ୍‌’। ଏଥିରେ ବଲିଉଡ୍‌ର ଦିଗଜ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଡେବ୍ୟୁ କରୁଛନ୍ତି। ମୁଖ୍ୟ ଭୂମିକାରେ ଜୀହ୍ନବୀ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଇସାନ୍‌ ଖଟ୍ଟର। ତେବେ ନିଜ ଅଭିନୀତ ପ୍ରଥମ ଫିଲ୍ମକୁ ନେଉ ଗତ କିଛି ଦିନ ଧରି ଉତ୍ସାହିତ ଥିଲେ ଜାହ୍ନବୀ। କିନ୍ତୁ ଫିଲ୍ମ ରିଲିଜ୍‌ ପରେ ସେ ଟିକେ ନିରାଶ ଥିବା ଜଣାପଡ଼ିଛି। କାରଣ ଗତ କାଲି ଲୋକସଭାରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ଦ୍ୱାରା ଫିଲ୍ମ ‘ଧଡକ୍‌’ ପ୍ରଭାବିତ ହୋଇଥିବା କୁହାଯାଉଛି। ଗତ କାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିଲା। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଡାଇ ପକାଇଥିଲେ। ଯାହାକୁ ନେଇ ଲୋକସଭାରେ ଏକ ହାସ୍ୟରୋଳର ପରିବେଶ ସୃଷ୍ଟି ହୋଇ ଯାଇଥିଲା। ଯାହାକୁ ଲୋକସଭାରେ ଉପସ୍ଥିତ ନେତାଙ୍କ ସହ ଘରେ ବସି ଟିଭି ଦେଖୁଥିବା ସାଧାରଣ ଲୋକମାନେ ମଜାନେଉଥିଲେ। ଆଉ ସେହି ଟିଭିରୁ ଫୁରସତ୍‌ ନମିଳିବାରୁ ଲୋକମାନେ ଫିଲ୍ମ ହଲକୁ ଯାଇପାରିନାହାନ୍ତି ବୋଲି କୁହାଯାଉଛି। ତେବେ ଅନ୍ୟପଟେ ସୋଶାଲ୍‌ ମିଡିଆରେ ଆଉ ଏକ କଥା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାହ୍ନବୀଙ୍କ ଉପରେ ପ୍ରତିଶୋଧ ନେଇଛନ୍ତି ବୋଲି କିଛି ଲୋକ କହୁଛନ୍ତି।

ଏପରି ସଙ୍ଗିନ୍‌ ଅଭିଯୋଗ କ’ଣ ପାଇଁ ଲାଗିଛି ଆମେ ଜଣାଇଦେଉଛୁ।
କଥା ହେଉଛି, ଗତ କିଛି ଦିନ ହେବ ଜାହ୍ନବୀ ଏବଂ ଇଶାନ୍‌ ‘ଧଡ଼କ୍‌’ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିଲେ। ସେମାନେ ବିଭିନ୍ନ ଟିଭି ଶୋ,ରେଡିଓ ଏବଂ ଡିଜିଟାଲ୍‌ ପ୍ଲାଟଫର୍ମକୁ ଯାଇ ଫିଲ୍ମର ପ୍ରମୋସନ୍‌ କରୁଥିଲେ। ଏକ ଡିଜିଟାଲ୍‌ ମିଡିଆକୁ ସାକ୍ଷାତକାର ଦେବା ସମୟରେ ଜାହ୍ନବୀଙ୍କର ରାପିଡ୍‌ ଫାୟାର୍‌ ରାଉଣ୍ଡ୍ ଚାଲିଥିଲା। ଆଉ ରାପିଡ୍‌ ଫାୟାର ରାଉଣ୍ଡ୍‌ରେ ଯେକୌଣସି ପ୍ରଶ୍ନ ପଚରାଗଲା ତା’ର ତୁରନ୍ତ ଉତ୍ତର ଦେବାକୁ ହୁଏ, ସେକଥା ଆପଣମାନେ ଜାଣିଥିବେ। ସେମିତି ଜାହ୍ନବୀଙ୍କୁ ମଧ୍ୟ ଏକ ପ୍ରଶ୍ନ ପଚରା ଯାଇଥିଲା- ଆପଣଙ୍କ ସହ କଳାକାର ଇଶାନ୍‌ ଏବଂ ତୁମ ଭିତରୁ କାହା ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି?

ଜାହ୍ନବୀ ଉତ୍ତର ଦେଇଥିଲେ- ‘ମୋର’। ମତେ ଲାଗୁଛି ମୁଁ ପ୍ରଧାନମନ୍ତ୍ରୀ ହୋଇପାରିବି’ ବୋଲି ଜାହ୍ନବୀ କହିଥିଲେ। ବୋଧହୁଏ ଜାହ୍ନବୀ ଏକଥାକୁ ମଜାରେ କହିଥାଇ ପାରନ୍ତି। କିନ୍ତୁ ଏବେ ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ମାରାଥନ୍ ଆଲୋଚନା ଯୋଗୁ ତାଙ୍କ ଫିଲ୍ମ ପ୍ରଭାବିତ ହୋଇଥିବାରୁ ଲୋକେ ‘ମୋଦି ଜାହ୍ନବୀଙ୍କଠାରୁ ପ୍ରତିଶୋଧ ନେଇଛନ୍ତି’ ବୋଲି କହୁଛନ୍ତି।



from OdishaReporter https://ift.tt/2mz8dgv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages