ଚେହେରା ଦେଖି ମୋବାଇଲ୍‌ ଓ ଏଟିମ୍‌ର ପାସ୍‌ୱାର୍ଡ କହିଦିଅନ୍ତି ଏହି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଚେହେରା ଦେଖି ମୋବାଇଲ୍‌ ଓ ଏଟିମ୍‌ର ପାସ୍‌ୱାର୍ଡ କହିଦିଅନ୍ତି ଏହି ମହିଳା

magic girl

ଭିଲାଇ: ଶ୍ରୀ ଶଙ୍କରଚାର୍ଯ୍ୟ ଇଞ୍ଜିନିୟରିଂ ଟେକ୍ନୋଲଜି କ୍ୟାମ୍ପସ୍‌ ଜୁନ୍‌ୱାନୀରେ ଜୁଲାଇ ୨୨ରେ ଜଣେ ପ୍ରସିଦ୍ଧ ମ୍ୟାଜିସିୟାନ୍‌ ଲାଇଭ୍‌ ପର୍‌ଫର୍‌ମାନ୍ସ ଦେବେ। ଆପଣ ଭାବୁଥିବେ ଏହି ବିଖ୍ୟାତ ମ୍ୟାଜିସିଆନ୍‌ ଜଣକ କିଏ? ସେ ହେଉଛନ୍ତି ସୁହାନୀ ଶାହ। ସୁହାନୀଙ୍କ ଏହି ଶୋ’ରେ ଟ୍ୱିନ୍‌ ସିଟି ଲୋକଙ୍କୁ ଏକ ଭିନ୍ନ ପ୍ରକାରର ମ୍ୟାଜିକ୍‌ ଦେଖିବାକୁ ମିଳିବ। ମ୍ୟାଜିସିଆନ୍‌ ସୁହାନୀ ଲୋକଙ୍କ ମନ ପଢ଼ିବେ ଓ ତାଙ୍କ ମନର କଥା କହିବେ।

ଏକ ସାକ୍ଷାତକାରରେ ସୁହାନା କହିଥିଲେ, ତାଙ୍କ ମ୍ୟାଜିକ୍‌ ସାଇକୋଲୋଜି (ମନୋବିଜ୍ଞାନ) ଉପରେ ପର୍ଯ୍ୟବସିତ। ଅର୍ଥାତ୍‌, କେଉଁ ବ୍ୟକ୍ତି କ’ଣ ଭାବୁଛନ୍ତି, ତାଙ୍କର କେଉଁ ନମ୍ବର, ସେ କେଉଁ ପାସ୍‌ୱାର୍ଡ ଭାବୁଛନ୍ତି କିମ୍ବା କାହାର ମୋବାଇଲ୍‌ ଲକ୍‌ ନମ୍ବର ଓ ପ୍ରଥମ ପ୍ରେମର ନାଁ ଭଳି ସିକ୍ରେଟ୍‌ କଥା ସୁହାନୀ ଖୁବ୍ କମ୍‌ ସମୟରେ କହିଦେଇ ପାରିବେ।

ପିଲାଦିନରୁ ମ୍ୟାଜିକ୍‌ ପସନ୍ଦ ଥିଲା:
୨୮ ବର୍ଷୀୟ ସୁହାନୀ କେବଳ ପ୍ରଥମ ଶ୍ରେଣୀଯାଏ ପାଠ ପଢ଼ିଥିଲେ। ୪ ବର୍ଷ ବୟସରେ ତାଙ୍କୁ ଯେତେବେଳେ ଲୋକମାନେ ପଚାରୁଥିଲେ – ବଡ଼ ହେଲା ପରେ କ’ଣ ହେବୁ? ଉତ୍ତରରେ ସେ କହୁଥିଲେ- ମ୍ୟାଜିସିଆନ୍‌। ସମସ୍ତେ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। କିନ୍ତୁ ସୁହାନୀ କୁହନ୍ତି ପିଲାଦିନରୁ ହିଁ  ତାଙ୍କୁ କେବଳ ମ୍ୟାଜିକ୍‌ରେ ରୁଚି ଥିଲା। ସେ ଘରେ ବସି ଇଂରାଜୀ, ଗଣିତ, ବିଜ୍ଞାନ ପଢ଼ୁଥିଲେ।

ସୁହାନୀ କୁହନ୍ତି, ଝିଅ ହୋଇ ଏହି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇବା ମୋ ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା। କାହିଁକି ନା, ଝିଅମାନେ ଏହି କ୍ଷେତ୍ରକୁ ଖୁବ୍‌ କମ୍‌ ଆସନ୍ତି। ଆଉ ଲୋକମାନେ ବି  ମୋତେ ଜାଦୁଗରିଣୀ ନୁହେଁ ଜାଦୁଗର କୁହନ୍ତି। ସୁହାନୀ ଜଣେ ମ୍ୟାଜିସିଆନ୍‌ ସହ କର୍ପୋରେଟ୍‌ ଟ୍ରେନର୍‌ ଓ ଲାଇଫ୍‌ କୋଚ୍‌ ବି।

 

 



from OdishaReporter https://ift.tt/2JGrFB0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages