ଜାହ୍ନବୀଙ୍କ ପାଖେ ଶ୍ରୀଦେବୀଙ୍କ ଚାର୍ମ ନାହିଁ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଜାହ୍ନବୀଙ୍କ ପାଖେ ଶ୍ରୀଦେବୀଙ୍କ ଚାର୍ମ ନାହିଁ, କିନ୍ତୁ…

ମୁମ୍ବାଇ: ଶ୍ରୀଦେବୀଙ୍କ ଲାଡ୍‌ଲୀ ଜାହ୍ନବୀ କପୁରଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ଧଡ଼କ୍‌’ ଜୁଲାଇ ୨୦ରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଏହା ସହ ଜାହ୍ନବୀ ଓ ତାଙ୍କ ଅଭିନୟକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। କେହି ତାଙ୍କ ଅଭିନୟକୁ ପ୍ରଶଂସା କରୁଥିବାବେଳେ କେହି ତାଙ୍କୁ ଶ୍ରୀଦେବୀଙ୍କ ସହ ତୁଳନା କରିଛନ୍ତି।

ଅନ୍ୟମାନଙ୍କ ପରି ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଆଶୁତୋଷ ରାଣା ଜାହ୍ନବୀଙ୍କ ସହ କାମ କରିବାର ଅଭିଜ୍ଞତା ସହ ତାଙ୍କ ଅଭିନୟ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି, ‘‘ ମୁଁ ମୋ ଅନୁଭବ ଆଧାରରେ ଯଦି କୁହେ ତେବେ ମୋତେ ଥରେ ବି ଲାଗିଲା ନାହିଁ ଯେ ସେ ଶ୍ରୀଦେବୀଙ୍କ ଝିଅ କିମ୍ବା ସେ ତାଙ୍କ ଷ୍ଟାଇଲ୍‌କୁ କପି କରୁଛନ୍ତି। ସେ ଏବେ ଇଣ୍ଡଷ୍ଟ୍ରିରେ ନୂଆ। କିନ୍ତୁ ମୋତେ ପ୍ରଥମ ଦିନରୁ ଲାଗୁଥିଲା ଯେ ସେ ଭବିଷ୍ୟତରେ ଜଣେ ମହାନ ଓ ଦକ୍ଷ କଳାକାର ହେବେ। ତାଙ୍କ ଭିତରେ ଶ୍ରୀଦେବୀଙ୍କ ଭଳି ଚାର୍ମ ନାହିଁ। ସେ ତାକୁ ପାଇବାକୁ ବି ଚାହାନ୍ତିନି। ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି।’’

ଆଶୁତୋଷ କହିଥିଲେ, ‘‘ତାଙ୍କ ସହ କାମ କରିବା ମୋ ପାଇଁ ଆନନ୍ଦଦାୟକ ଥିଲା। ସେ ପୂରା ପ୍ରଫେସନାଲ୍‌ଙ୍କ ଭଳି କାମ କରିଛନ୍ତି। ଆଉ ନିଜ କାମକୁ ନେଇ ସେ ଖୁବ୍‌ ଫୋକସ୍‌ଡ। ଶ୍ରୀଦେବୀଙ୍କ ସହ ଜାହ୍ନବୀଙ୍କୁ କି ଇଶାନ୍‌ଙ୍କୁ ସାହିଦ୍‌ଙ୍କ ସହ ତୁଳନା କରିବା ଭୁଲ୍‌।’’

‘‘ଅଧିକାଂଶ ସମୟରେ ଦେଖିବାକୁ ମିଳେ ଇଣ୍ଡଷ୍ଟ୍ରିରେ ଷ୍ଟାରକିଡ୍‌ ଆସିଲା ମାତ୍ରେ ତାଙ୍କୁ ନେଇ ତାଙ୍କ ବାପା ମା କିମ୍ବା ଭାଇ ଭଉଣୀଙ୍କ ସହ ତୁଳନା କରାଯାଏ। କିନ୍ତୁ ମୋତେ ଲାଗେ ଏମିତି କରିବା ଉଚିତ୍‌ ନୁହେଁ। ଯଦି ଆପଣ କେବଳ ଜାହ୍ନବୀଙ୍କୁ ଜାହ୍ନବୀ ଭାବେ ଦେଖିବେ, ତେବେ ଜାଣି ପାରିବେ ସେ ଖୁବ୍‌ ଜବରଦସ୍ତ ଅଭିନେତ୍ରୀ।’’

 

 



from OdishaReporter https://ift.tt/2uGQuba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages