
ନୂଆଦିଲ୍ଲୀ: କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି କଂଗ୍ରେସ ସଭାପତି ରାହୁଲଙ୍କ ପାଇଁ ଏକ ଡିଲ୍ର ପ୍ରସ୍ତାବ ଦେଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଏକାଠି ସଂସଦରେ ମହିଳା ସଂରକ୍ଷଣ ବିଲ୍ ସହ ତିନ୍ ତଲାକ୍ ବିଲ୍ ଓ ନିକାହ ହଲାଲା ବିଲ୍ ପାସ୍ କରାଇବା ଦିଗରେ କାର୍ଯ୍ୟ କରିବା ଦରକାର। ଏ ସଂକ୍ରାନ୍ତରେ ରବିଶଙ୍କର ପ୍ରସାଦ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି।
ସେ କହିଛନ୍ତି, ଯଦି ଏହି ନୂଆଡିଲ୍ ଚୁଡ଼ାନ୍ତ ରୂପ ନିଏ, ତା’ହେଲେ ଭାରତୀୟ ମହିଳାଙ୍କୁ ସବୁ କ୍ଷେତ୍ରରେ ସମାନତା ମିଳିପାରିବ। ତେଣୁ ସଂସଦର ଉଭୟ ସଦନରେ କଂଗ୍ରେସ ମହିଳା ସଂରକ୍ଷଣବିଲ୍ ସହ ଅନ୍ୟ ବିଲ୍କୁ ପାସ୍ କରାଇବାରେ ସହଯୋଗ କରୁ ବୋଲି ସେ କହିଛନ୍ତି।
ରବିଶଙ୍କର ଏଭଳି ମନ୍ତବ୍ୟ ପରେ କଂଗ୍ରେସ ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେପିର ଏହି ନୂଆ ଡିଲ୍ର କଟୁ ସମାଲୋଚନା କରିଛି। କଂଗ୍ରେସ କହିଛି, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ତା’ର ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍ କଥା ଉଲ୍ଲେଖ କରିଥିଲା। କିନ୍ତୁ ଏବେ ଏହି ବିଲ୍କୁ ପାସ୍ କରିବା ପାଇଁ ବିଜେପି ଡିଲ୍ କରୁଛି। ଆଇନ୍ ମନ୍ତ୍ରୀ ଜଣେ ବ୍ୟବସାୟୀଙ୍କ ଭଳି ଡିଲ୍ କଥା କହୁଛନ୍ତି। ସରକାର କ’ଣ ନିଜର ସଂଖ୍ୟାଗରିଷ୍ଠତା ଆଧାରରେ ଏହି ବିଲ୍କୁ ପାସ୍ କରାଇ ପାରିବେ ନାହିଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
from OdishaReporter https://ift.tt/2JsJsvb
No comments:
Post a Comment