ଶୁଟିଂ କରୁ କରୁ ଗଙ୍ଗାରେ ବୁଡ଼ିଗଲେ ହଲିଉଡ୍‌ ହିରୋଇନ୍‌: ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଶୁଟିଂ କରୁ କରୁ ଗଙ୍ଗାରେ ବୁଡ଼ିଗଲେ ହଲିଉଡ୍‌ ହିରୋଇନ୍‌: ତା’ପରେ…

ମୁମ୍ବାଇ: ଫିଲ୍ମ ‘ଦ ଲିଜେଣ୍ଡ ଅଫ୍‌ ପିକକ୍‌’ ଜରିଆରେ ହଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅତୁଲ୍‌ ଗର୍ଗ। ଏହାର ସୁଟିଂ ଏବେ ବନାରସ୍‌ରେ ଚାଲିଛି। ଗଙ୍ଗାରେ ସୁଟିଂ ଚାଲିଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ହିରୋଇନ୍‌ ଟାମି ଗଙ୍ଗାରେ ଗାଧୋଇବା ଦୃଶ୍ୟ ଶୁଟ୍‌ କରାଯାଉଥିବା ବେଳେ ହଠାତ୍‌ ବୁଡ଼ି ଯାଇଥିଲେ। ତେବେ ତାଙ୍କୁ ଉଦ୍ଧାର କରି ନିଆଯାଇଛି।

ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନ୍‌ ଗଙ୍ଗାରେ ସୁଟିଂ ହେଉଥିଲା। ନିର୍ଦ୍ଦେଶକ, କ୍ୟାମେରାମ୍ୟାନ୍‌ଙ୍କ ସହ ପୂରା ଟିମ୍‌ ପ୍ରସ୍ତୁତ ଥିଲେ। ଟାମି ସୁଟିଂ ପାଇଁ ନଦୀ ଭିତରକୁ ଯାଇଥିଲେ। ହେଲେ ସେ ହଠାତ୍‌ ବୁଡ଼ିବାକୁ ଲାଗିଥିଲେ। ଅତୁଲ୍‌ ଏହା ଜାଣିପାରି ଥିଲେ। ସଙ୍ଗେ ସାଙ୍ଗେ ପୂରା ଟିମ୍‌ ତାଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡ଼ିଥିଲା ଓ ତାଙ୍କୁ ସୁରକ୍ଷିତ ଭାବେ କୂଳକୁ ନେଇ ଆସିଥିଲେ।

ବଲିଉଡ୍‌ ଓ ହଲିଉଡ୍‌ କଳାକାରଙ୍କ ସହ ବନାରସ୍‌ରେ ୪୫ ପ୍ରତିଶତ ଶୁଟିଂ ସରିଯାଇଛି। ବାକି ସୁଟିଂ ଆମେରିକା ଓ ଟର୍କିରେ ହେବ। ଫିଲ୍ମଟି ଡିସେମ୍ବର ମାସରେ ରିଲିଜ୍‌ କରିବାର ଯୋଜନା ରହିଛି।

ଫିଲ୍ମରେ ଟାମି, ଟିମ୍‌ ବ୍ରସ୍‌ଙ୍କ ସହ ବଲିଉଡ୍‌ର ଆସିମା ଶର୍ମା, ମନିଷ ବାଧୱା ଓ ଅବାସ୍‌ ଖାନ୍‌ ମଧ୍ୟ ଅଭିନୟ କରୁଛନ୍ତି।

 

 

 



from OdishaReporter https://ift.tt/2AsfIQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages