ବାଣ ମାଇଲେ ଦାମ, କହିଲେ ବାପି ଘର କୋଉଠି ମୁଁ ଜାଣିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ବାଣ ମାଇଲେ ଦାମ, କହିଲେ ବାପି ଘର କୋଉଠି ମୁଁ ଜାଣିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ବିଷୟରେ ଅଯଥା ଅଭିଯୋଗ କରୁଥିବା ବାପି ସର୍ଖେଲ ଘର କୋଉଠି ମୁଁ ଜାଣିନି। ବମ୍ବେର ଗୋଟେ କମ୍ପାନୀ ଏଠି କାମ କରିବାକୁ ଠିକା ନେଇଥିବା ବେଳେ ୨ ହଜାର ୨୦୦ ଟଙ୍କାରେ ସେ ସୁପରଭାଇଜର ଭାବେ ଓଡ଼ିଶା ଆସିଥିଲେ। ହେଲେ ଏବେ ସେ ୩ ହଜାର କୋଟି ଟଙ୍କାର ମାଲିକ। ଏତେ ଟଙ୍କା ତାଙ୍କ ପାଖକୁ ଆସିଲା କେମିତି ?

ବିଜେଡ଼ିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଆଜି ଏମିତି ଭାଷାରେ ବାଣ ମାରିଛନ୍ତି ତାଙ୍କରି ଜିଲ୍ଲା ଜଗତ୍‌ସିଂପୁରର କଂଗ୍ରେସ ନେତା ବାପି ସର୍ଖେଲ୍‌ଙ୍କୁ। ବାପି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାମ ବାବୁଙ୍କ ଉପରେ ବର୍ଷିଥିଲେ। ଖାଲି ବର୍ଷି ନ ଥିଲେ ତ, ଦାମବାବୁଙ୍କୁ ପାରାଦୀପ କ୍ରାଇମ୍‌ ସିଣ୍ଡିକେଟର ରିଂ ମାଷ୍ଟର ବୋଲି ମଧ୍ୟ କହିଥିଲେ। ଟିଟୋ ଓ ନିକଟରେ ଗିରଫ ହୋଇଥିବା ବାପୁ ପରିଡ଼ାଙ୍କ ସହ ତାଙ୍କର ସମ୍ପର୍କ ଥିବାରୁ ସେ ତାଙ୍କୁ ଏଭଳି ସମ୍ବୋଧନ କରିଥିଲେ ବୋଲି କହିଛନ୍ତି। ଯାହାର ଉତ୍ତର ରଖିଛନ୍ତି ଡାକ୍ତର ରାଉତ।

ଦାମ କହିଛନ୍ତି- “ବାପୁ ପରିଡ଼ା ମୋ ନିର୍ବାଚନମଣ୍ଡଳୀର ପିଲା। ଏଇ ବାପି (ବାପି ସର୍ଖେଲ) ତାକୁ ଦିନେ ଗୁଳି ମାରିବାକୁ ଲୋକ ପଠେଇଥିଲା। ଗୁରୁତର ଭାବେ ଆହତ ହେବା ପରେ ତାକୁ ଡାକ୍ତରଖାନା ନିଆଗଲା। ହେଲେ ସେଠି ଡାକ୍ତର ତାକୁ ଅଡମିଟ୍‌ କରିବାକୁ ମନାକଲେ। ମତେ ‍ଫୋନ୍‌ ଆସିଲା। ଏମିତି ଗୋଟେ କାଣ୍ଡ ହେଇଛି, କ’ଣ ଗୋଟେ କରନ୍ତୁ। ମୁଁ କହିଲି ତାକୁ ଆପୋଲୋ ନେଇଯାଅ। ଆଉ ତାପରେ ଡାକ୍ତାଖାନାକୁ ଫୋନ୍‌ କରି କହିଲି- ଏଇଟା ସିରିଏସ୍‌ କଥା। ଟିକେ ଚେଷ୍ଟା କର ସିଏ ବଞ୍ଚି ଯାଉ। ବାସ୍‌ ଏଇକଥା ପରେ ବାପୁ ଟ୍ରିଟ୍‌ମେଣ୍ଟ ହେଲା ଆଉ ବଞ୍ଚିଗଲା।

କଂଗ୍ରେସ ନେତା ବାପି ସାର୍ଖେଲଙ୍କ ଅଭିଯୋଗ ପରେ ମୁହଁ ଖୋଲି ଏମିତି କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଏହି ଘଟଣାରେ ବାପି ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ମାମଲା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଏବେ ଜେଲ୍‌ରେ ଥିବାବେଳେ, ବାପିଙ୍କୁ ଜାଣିଶୁଣି ଗିରଫ କରାଯାଉନାହିଁ ବୋଲି ସେ କହିଛନ୍ତି।

ବାପି ପୂର୍ବରୁ ହତ୍ୟା ଅଭିଯୋଗରେ ୩ ମାସ ଜେଲ୍‌ରେ ଥିଲେ। ଏବେ ମଧ୍ୟ ସେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ। ଏପରିକି ସୁପ୍ରିମ୍‌ କୋର୍ଟରୁ ବେଲ୍‌ରେ ସେ ଆସିଛନ୍ତି। ଏଣୁ କ୍ରାଇମ୍‌ ସିଣ୍ଡିକେଟ୍‌ର ରିଂ ମାଷ୍ଟର ମୁଁ ନା ଆଉ କିଏ, ସେ କଥା ସାଧାରଣ ଲୋକେ କହିବେ।

ଟିଟୋ ମାମଲାରେ ବାପି ଓ ତାଙ୍କ ସହଯୋଗୀ ସନ୍ତୋଷ ପଣ୍ଡାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଡା. ରାଉତ।



from OdishaReporter https://ift.tt/2vi0xCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages