
ଏସବୁ ସଂସ୍ଥା ରାଜ୍ୟରେ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି କି ନାହିଁ, ତା’ର ଖୋଳତାଡ଼ କରି ଅଗଷ୍ଟ ୨ ତାରିଖ ସୁଦ୍ଧା ଜଣାଇବାକୁ ତାଗିଦ୍ କରିଛନ୍ତି। ଏହି ନିର୍ଦ୍ଦେଶାନାମାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ ରାଜ୍ୟ ସମବାୟ ସୋସାଇଟିର ଯୁଗ୍ମ-ରେଜିଷ୍ଟ୍ରାର ଆଜି ଚିଠି ଲେଖି କହିଛନ୍ତି।
ଏହା ପୂର୍ବରୁ ସାହାରା ଗ୍ରୁପ୍ର ଏଭଳି ବେଆଇନ୍ କାରବାର ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ୨୦୧୭ ଅଗଷ୍ଟ ୧୬ ତାରିଖରେ ସତର୍କ କରାଇଥିଲେ। ଏପରିକି ସାହାରା ଗ୍ରୁପ୍ର ଏସବୁ ସଂସ୍ଥା ପାଖରେ କେନ୍ଦ୍ରୀୟ ସମବାୟ ସୋସାଇଟି ରେଜିଷ୍ଟ୍ରାର୍ଙ୍କ ଏନ୍ଓସି ଏବଂ କମ୍ପାନୀ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ସମାଧାନ କରାଯାଇଛି କି ନାହିଁ, ତାହା ଜଣାଇବାକୁ ରିଜର୍ଭ ବ୍ୟାଙ୍କ କହିଥିଲେ। ଏହାପରେ ପୁଣିଥରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବି.ଏନ୍. ତ୍ରିପାଠୀ ୨୦୧୮ ଏପ୍ରିଲ ୨୫ ତାରିଖରେ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଭୁବନେଶ୍ୱରର କପିଳପ୍ରସାଦ ଅଂଚଳରେ ଥିବା ଶାଖାକୁ କାରବାର ଉପରେ କଟକଣା ଜାରି ପାଇଁ ପରାମର୍ଶ ଦେଇଥିଲେ।
from OdishaReporter https://ift.tt/2M32rP7
No comments:
Post a Comment