ଶୀର୍ଷରେ ପହଞ୍ଚିବେ କି କୋହଲି: ପଢ଼ନ୍ତୁ କ’ଣ କହୁଛି ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଶୀର୍ଷରେ ପହଞ୍ଚିବେ କି କୋହଲି: ପଢ଼ନ୍ତୁ କ’ଣ କହୁଛି ସଂଖ୍ୟା

ଦୁବାଇ: ଗୋଟିଏ ଦିନ ପରେ ଅର୍ଥାତ ଅଗଷ୍ଟ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଉଭୟ ଦେଶର ଖେଳାଳିଙ୍କ ପାଖରେ ନିଜର ବ୍ୟକ୍ତିଗତ ରାଙ୍କିଙ୍ଗ୍‌ ସୁଧାରିବାର ସୁଯୋଗ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଶୀର୍ଷରେ ପହଞ୍ଚିବାର ସୁବର୍ଣ୍ଣ ସୁଯୋଗ ରହିଛି। ଯଦି ବିରାଟ ଏହାର ଫାଇଦା ଉଠାଇ ପାରିବେ ତା’ହେଲେ ସେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇପାରିବେ। ବର୍ତ୍ତମାନ ବିରାଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

କାରଣ ବ୍ୟାନ୍‌ ଲାଗିଥିବା ଟିମ୍‌ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଏହାର ଫାଇଦା ଉଠାଇବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି। ସ୍ମିଥ୍‌ଙ୍କ ଠାରୁ କୋହଲି ମାତ୍ର ୨୬ ପଏଣ୍ଟ ପଛରେ ଅଛନ୍ତି।

ତେଣୁ ଗୋଟିଏ ଭଲ ‌ଇଂନିସ୍‌ କୋହଲିଙ୍କୁ ଶୀର୍ଷରେ ପହଞ୍ଚାଇ ପାରିବ।

ବ୍ୟାଟସ୍‌ମ୍ୟାନ୍‌ଙ୍କ ମଧ୍ୟରେ ଭାରତ ଓ ଇଂଲଣ୍ଡର ୫ ଜଣ ଲେଖାଏ ରାଙ୍କିଙ୍ଗର ଟପ୍‌ ୫୦ରେ ଅଛନ୍ତି।

ଭାରତର ଚେତେଶ୍ୱର ପୂଜାରା ୬ଷ୍ଠରେ ଥିବା ବେଳେ ଲୋକେଶ ରାହୁଲ ୧୮, ଅଜିଙ୍କ୍ୟ ରାହାଣେ ୧୯, ମୁରଲୀ ବିଜୟ ୨୩ ଓ ଶିଖର ଧୱନ ୨୪ ତମ ସ୍ଥାନରେ ଅଛନ୍ତି।

ଇଂଲଣ୍ଡର ଜୋ ରୁଟ୍‌ ତୃତୀୟ ସ୍ଥାନରେ ଥିବା ବେଳେ ଆଲିଷ୍ଟର କୁକ୍‌ ୧୩, ଜନ୍ନି ବେୟାରଷ୍ଟୋ ୧୬, ବେନ୍‌ ଷ୍ଟୋକ୍ସ ୨୮ ଓ ମୋଇନ୍‌ ଅଲ୍ଲୀ ୪୩ ତମ ସ୍ଥାନରେ ରହିଛନ୍ତି।

ବୋଲିଂରେ ଇଂଲଣ୍ଡର ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ ମଧ୍ୟ ପୂର୍ବ ଭଳି ଶୀର୍ଷ ସ୍ଥାନରେ ରହିବାକୁ ଉଦ୍ୟମ କରିବେ। ତାଙ୍କ ଛଡ଼ା ଷ୍ଟୁଆର୍ଟ ବ୍ରଡ୍‌ ୧୨ ତମ ସ୍ଥାନରେ ରହିଛନ୍ତି।

ଭାରତୀୟ ବୋଲରଙ୍କ ମଧ୍ୟରେ ଦୁଇ ସ୍ପିନର୍‌ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍‌ ଅଶ୍ୱିନ ୫ମ ସ୍ଥାନରେ ରହିଛନ୍ତି।

ଏହାବାଦ୍‌ ଟିମ୍‌ ରାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଚଳିତ ଟେଷ୍ଟ ସିରିଜ ଜିତି ଉପରକୁ ଉଠିବାର ଲକ୍ଷ୍ୟ ରଖିଛି। ଯଦି ଇଂଲଣ୍ଡ ୫-୦ରେ ସିରିଜ୍‌ ଜିତେ, ତା’ହେଲେ ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯିବ।

ଭାରତ ଏବେ ଶୀର୍ଷରେ ରହିଥିବା ବେଳେ ପରାସ୍ତ ହେଲେ ମଧ୍ୟ ଦ୍ୱିତୀୟ ସ୍ଥାନକୁ ଖସିବାର ସମ୍ଭାବନା କମ୍‌। ଯଦି ଭାରତ ସିରିଜ୍‌ କ୍ଲିନ୍‌ସ୍ୱିପ୍‌ କରେ, ତା’ହେଲେ ୧୨୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ମଜଭୁତ ରହିବ।

ସେଭଳି ହେଲେ ଇଂଲଣ୍ଡ ୯୪ ପଏଣ୍ଟ ସହ ୬ଷ୍ଠକୁ ଖସି ଆସିବ।



from OdishaReporter https://ift.tt/2NV4ZPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages