ନିର୍ଦ୍ଧାରିତ ସମୟର ଦେଢ଼ଘଣ୍ଟା ପୂର୍ବରୁ ରଥଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ନିର୍ଦ୍ଧାରିତ ସମୟର ଦେଢ଼ଘଣ୍ଟା ପୂର୍ବରୁ ରଥଟଣା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରୁ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଗୁଣ୍ଡିଚା ଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀରେ ଗହଳ ଲଗାଇ ଆଜି ସକାଳୁ ଲୀଳା ଲଗାଇଥିଲେ କାଳିଆ ଦିଅଁ। ଦୀର୍ଘ୧୫ ଦିନ ଧରି ଅଣସରରେ ରହିବା ପରେ ସତେ ଯେମିତି ଆଜି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟଗ୍ର ଥିଲେ କାଳିଆ ଠାକୁର।

ସକାଳୁ ଶୃଙ୍ଖଳିତ ନୀତିକାନ୍ତି ପରେ ଖେଚୁଡ଼ି ଭୋଗ ଖାଇ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଧାଡ଼ି ପହଣ୍ଡିରେ ବାହାରିଥିଲେ ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରରାଜ ସୁଦର୍ଶନ। ତାଙ୍କ ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ ଲୀଳାମୟ ଠାକୁର ପ୍ରଭୁ ଜଗନ୍ନାଥ । ଘଣ୍ଟଘଣ୍ଟା ଓ କାହାଳୀରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ପହଣ୍ଡି ସରିବା ପରେ ଶିଷ୍ୟମାନଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଠାକୁରମାନଙ୍କ ରଥାରୁଢ଼ ସମ୍ପର୍କରେ ସୂଚନା ପାଇ ଶ୍ରୀନଅରରୁ ତାନ୍‌ଜାନରେ ବସି ବଡ଼ଦାଣ୍ଡକୁ ଆସିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ । ତିନି ରଥରେ ଛେରା ପହଁରା ସାଙ୍ଗକୁ କରିଥିଲେ ରାଜନୀତି ବନ୍ଦାପନା । ଏହା ପରେ ଚାରମାଳ ଫିଟା ଯାଇ ରଥରେ ଅଶ୍ୱ ଯୋଚା ଯାଇଥିଲା। ଅପରାହ୍ନ ଠିକ୍ ୨ଟା ୩୫ରେ ପ୍ରଥମେ ଗଡ଼ିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ। ତାପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ଭକ୍ତିରେ ଟାଣିଥିଲେ ଶ୍ରଦ୍ଧାଳୁ । ଝିପି ଝିପି ବର୍ଷା ସତ୍ତ୍ୱେ ଫିକା ପଡି ନ ଥିଲା ରଥଟଣା। ସନ୍ଧ୍ୟା ସୁଦ୍ଧା ୩ ରଥ ଗୁଣ୍ଡିଚା ଶରଧାବାଲିରେ ପହଞ୍ଚିଥିଲା।

ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଭିଭିଆଇପି ।



from OdishaReporter https://ift.tt/2mji9uq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages