
ନୂଆଦିଲ୍ଲୀ: ସ୍କୁଟର୍ ମାର୍କେଟ୍କୁ କବ୍ଜା କରିବା ପାଇଁ ପୁଣି ଫେରିବ ବଜାଜ୍ର ଲୋକପ୍ରିୟ ସ୍କୁଟର୍ ଚେତକ୍। ଖବର ଅନୁସାରେ, ଆସନ୍ତା ବର୍ଷ ଏକ ନୂଆ ଷ୍ଟାଇଲ୍ରେ ଏହି ସ୍କୁଟର୍ଟି ଭାରତୀୟ ବଜାରରେ ଲଞ୍ଚ୍ ହେବ। ଯାହାର ମୂଲ୍ୟ ୭୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଏକ ସମୟରେ ସ୍କୁଟର୍ ମାର୍କେଟ୍ରେ ବଜାଜ୍ ଅଟୋର ଅଧିକ ଗୁରୁତ୍ୱ ଥିଲା। ଚେତକ୍ ସ୍କୁଟର୍ର ଡିମାଣ୍ଡ ମଧ୍ୟ ଖୁବ୍ ବେଶୀ ଥିଲା। କିନ୍ତୁ ୨୦୦୬ରେ କମ୍ପାନୀ ଏହାକୁ ବନ୍ଦ କରି ଦେଇଥିଲା। ଏବେ ପୁଣି ନୂଆ ରୂପ ଓ ଗୁଣରେ ଏହାକୁ ମାର୍କେଟ୍ରେ ଛାଡ଼ିବାକୁ ଯୋଜନା କରୁଛି କମ୍ପାନୀ। ନୂଆ ଚେତକ ସ୍କୁଟର୍ କିପରି ହେବ ଆସନ୍ତୁ ଜାଣିବା।
ନାଁ ରହିବ Chetak Chic: ଖବର ଅନୁସାରେ ବଜାଜ୍ ନିଜର ଚେତକ୍ ବ୍ରାଣ୍ଡ୍କୁ ୨୦୧୯ରେ ଲଞ୍ଚ୍ କରିବ। ନୂଆ ଚେତକ୍ର ଲୁକ୍ କିପରି ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହାର ନାଁ Chetak Chic ରହିବ। ଏଥିରେ ଅନେକ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଖବର ଅନୁସାରେ, ନୂଆ ମଡେଲ୍ରେ ୟୁଏସ୍ବି ଚାର୍ଜିଂ ପଏଣ୍ଟ, ସିବିଏସ୍ ବ୍ରେକ୍, ବଡ଼ ଫୁଏଲ୍ ଟାଙ୍କି ସହିତ ଅନ୍ୟାନ୍ୟ ସୁବିଧା ରହିବ।
ଅନ୍ୟାନ୍ୟ ସୁବିଧା: ନୂଆ ମଡେଲ୍ ଚେତକ୍ ସ୍କୁଟର୍ରେ 125cc ଏୟାର୍-କୁଲ୍ଡ ଇଞ୍ଜିନ୍ ଦିଆଯାଇପାରେ। ଏହା 9-10 bhp ପାୱାର୍ 9 Nm ଟର୍କ ଜେନେରେଟ୍ କରିବ। ଏଥିସହିତ ଅଣ୍ଡର୍ ସିଟ୍ ଷ୍ଟୋରେଜ୍, ଅପ୍ରାଇଟ୍ ହ୍ୟାଣ୍ଡଲ୍ବାର୍, ୱାଇଡ୍ ଫୁଟ୍ ପେଗ୍ସ ଓ ବ୍ଲୁଟୁଥ୍ କନେକ୍ଟିଭିଟି ଭଳି ଅତ୍ୟାଧୁନିକ ସୁବିଧା ଦିଆଯିବ।
ଚେତକ୍ ବିଷୟରେ ରୋଚକ କଥା: ମେୱାର୍ର ରାଜପୁତ୍ ରାଜା ବୀର ମହାରାଣା ପ୍ରତାପଙ୍କ ଘୋଡ଼ା ‘ଚେତକ୍’ ନାଁରେ ଏହି ସ୍କୁଟର୍ର ନାମକରଣ କରାଯାଇଛି। ଭାରତରେ ୧୯୭୨ ମସିହାଠାରୁ ୨୦୦୬ ପର୍ଯ୍ୟନ୍ତ ଏହି ସ୍କୁଟର୍ର ଡିମାଣ୍ଡ୍ ରହିଥିଲା। କିନ୍ତୁ ସମୟ ଅନୁସାରେ କମ୍ପାନୀ ସ୍କୁଟର୍ ଇଞ୍ଜିନ୍ରେ ପରିବର୍ତ୍ତନ ନ କରିବାରୁ ଏହା ମାର୍କେଟ୍ରେ ପଛରେ ପଡ଼ିଗଲା। ତେଣୁ ୨୦୦୬ରେ କମ୍ପାନୀ ବାଧ୍ୟ ହୋଇ ଏହାକୁ ବନ୍ଦ କରିଦେଲା।
from OdishaReporter https://ift.tt/2JJS3tK
No comments:
Post a Comment