ପ୍ରାକୃତିକ ଉପାୟରେ ଭ୍ରୁଲତାକୁ ଘନ ଓ ସୁନ୍ଦର କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ପ୍ରାକୃତିକ ଉପାୟରେ ଭ୍ରୁଲତାକୁ ଘନ ଓ ସୁନ୍ଦର କରନ୍ତୁ

ସମୟ ସହ ଫ୍ୟାଶନ୍‌ ମଧ୍ୟ ସବୁଦିନ ବଦଳୁଛି। କେବେ ପତଳା ତ କେତେବେଳେ ମୋଟା ଆଇବ୍ରୋ’ର ଟ୍ରେଣ୍ଡ୍ ଚାଲିଥାଏ। ହେଲେ ଟ୍ରେଣ୍ଡ୍ ହିସାବରେ ନିଜ ମନ ପସନ୍ଦର ଶେପ୍ ଦେବା ପାଇଁ ଆପଣଙ୍କ ଆଇବ୍ରୋ’ ମୋଟା ହେବ ନିହାତି ଜରୁରୀ। କିନ୍ତୁ କିଛି ଝିଅଙ୍କ ଆଇବ୍ରୋ’ ପତଳା ହୋଇଥିବାରୁ ସେମାନେ ଆଇବ୍ରୋ’ ପେନ୍‌ସିଲ ବ୍ୟବହାର କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହା ଦ୍ୱାରା ଆପଣଙ୍କ ଆଇବ୍ରୋ’ ପ୍ରାକୃତିକ ଭାବେ ଘନ ହୋଇଯିବ।

୧- ଯଦି ଆପଣଙ୍କ ଆଇବ୍ରୋ’ ବେଶ୍ ପତଳା ତେବେ ଜଡ଼ା ତେଲ ବ୍ୟବହାର କରନ୍ତୁ। ସବୁଦିନ ରାତିରେ ଶୋଇବା ପୂର୍ବରୁ ନିଜ ଭ୍ରୁଲତାରେ ଜଡ଼ା ତେଲ ଲଗାଇ ମାଲିସ୍ କରନ୍ତୁ। ସକାଳେ ଉଠି ଏହାକୁ ଉଷୁମ ପାଣିରେ ସଫା କରିଦିଅନ୍ତୁ। ନିୟମିତ ଭାବେ ଏପରି କରିବା ଦ୍ୱାରା ଆପଣଙ୍କ ଆଇବ୍ରୋ ଘନ ଏବଂ ମୋଟା ହୋଇଯିବ।

୨- ପିଆଜ ରସକୁ ଆଇବ୍ରୋରେ ଲଗାଇ ୫ ମିନିଟ ଯାଏଁ ଛାଡ଼ିଦିଅନ୍ତୁ। ଦିନରେ ୨ଥର ଏହାର ବ୍ୟବହାର କଲେ ଆପଣଙ୍କ ଆଇବ୍ରୋ ବଢ଼ିଯିବ।

୩- ଅଣ୍ଡାର ହଳଦିଆ ଅଂଶକୁ ଏକ ତୁଳା ସାହାଯ୍ୟରେ ଆଇବ୍ରୋରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

୪- ନଡ଼ିଆ ତେଲ ମଧ୍ୟ ଆଇବ୍ରୋ ବଢ଼ାଇବାରେ ସାହାଯ୍ୟ କରେ। ଏବେ ହଲକା ଭାବେ ମାଲିସ୍‌ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲଭାବେ ହୋଇଥାଏ। ଫଳରେ ଆଇବ୍ରୋ ଘନ ହୋଇଥାଏ।

୫- ଭ୍ୟାସଲିନ୍ ପେଟ୍ରୋଲିୟମ୍ ଜେଲି ମଧ୍ୟ ଆପଣ ଆଇବ୍ରୋକୁ ଭଲ ରଖିଥାଏ। ଏହା ଭ୍ରୁଲତାର ଚୁଟିକୁ ସିଧା ଓ ମଜଭୁତ୍ ରଖିଥାଏ। ଭ୍ୟାସଲିନ୍‌ ଲଗାଇ ଆପଣ ନିଜ ଆଇବ୍ରୋକୁ ଘନ ଓ ମୋଟା କରିପାରିବେ।



from OdishaReporter https://ift.tt/2zYcp2I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages