ଟ୍ରାକ୍ଟର ରେସ୍‌ ପ୍ରତିଯୋଗିତା ବେଳେ ଅଘଟଣ, ଚାଲିଗଲା ୮ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଟ୍ରାକ୍ଟର ରେସ୍‌ ପ୍ରତିଯୋଗିତା ବେଳେ ଅଘଟଣ, ଚାଲିଗଲା ୮ ଜଣଙ୍କ ଜୀବନ

ଜୟପୁର: ରାଜସ୍ଥାନର ପଦ୍ମପୁର ଶ୍ରୀଗଙ୍ଗାନଗର ଅଞ୍ଚଳରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  ଆହତମାନଙ୍କୁ  ସ୍ଥାନୀୟ ଏସ୍‌ଏମ୍‌ଏସ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ କିଶାନ ମେଳା ଅବସରରେ ରାଜସ୍ଥାନର ପଦମପୁରରେ ୩ଦିନ ହେଲା ଏକ ଟ୍ରାକ୍ଟର ରେସ୍‌ ପ୍ରତିଯୋଗିତା ଚାଲୁଥିଲା। ଏହି ମେଳାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦୦ ଲୋକଙ୍କ ଭିଡ଼ ଜମି ଥିଲା।

ତେବେ ଦର୍ଶକଙ୍କ ପାଇଁ ସେଡ୍‌ ତିଆରି ହୋଇଥିଲା। ହେଲେ ଆବଶ୍ୟକ ଠାରୁ ଅଧିକ ଲୋକ ହେବାରୁ ଏହି ସେଡ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି।  ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଭୁଶୁଡ଼ିବାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି।



from OdishaReporter https://ift.tt/2vcRLq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages