
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଫକର୍ ଜମାନ୍ ଦିନିକିଆ କ୍ରିକେଟ୍ରେ ଦ୍ୱିଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି। ୨୮ ବର୍ଷୀୟ ଜମାନ୍, ଜିମ୍ବାୱେ ବିପକ୍ଷରେ ଅପରାଜିତ ୨୧୦ ରନର ବିଶାଳ ସ୍କୋର୍ କରି ଦଳକୁ ଜିତାଇଛନ୍ତି। ବିଶ୍ୱ କ୍ରିକେଟ୍ରେ ଦ୍ୱିଶତକୀୟ ଇଂନିସ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ଜମାନ୍ ଷଷ୍ଠ କ୍ରିକେଟର୍ ବିନିଛନ୍ତି।
ଜିମ୍ବାୱେର କୁଇନ୍ ସ୍ପୋର୍ଟ କ୍ଲବ୍ରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭର୍ରେ ପାକିସ୍ତାନ ମାତ୍ର ଗୋଟିଏ ୱିକେଟ୍ ହରାଇ ଜିମ୍ବାୱେ ସାମ୍ନାରେ ୩୯୯ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିପାରିଥିଲା। ଦିନିକିଆରେ ଏହା ପାକିସ୍ତାନର ସର୍ବଶ୍ରେଷ୍ଠ ସ୍କୋର୍ ମଧ୍ୟ ହୋଇପାରିଛି। ଏହା ପୂର୍ବରୁ ଦିନିକିଆରେ ପାକିସ୍ତାନର ସର୍ବଶ୍ରେଷ୍ଠ ସ୍କୋର୍ ଥିଲା ୩୮୫। ପ୍ରଥମ ୱିକେଟ୍ ପାର୍ଟନରସିପ୍ରେ ପାକିସ୍ତାନର ଦୁଇ ଓପନର୍ ୩୦୪ ରନ୍ର ସ୍କୋର୍ ଛିଡ଼ାକରିଛନ୍ତି। ଯାହା ଦିନିକିଆରେ ବିଶ୍ୱ ରେକର୍ଡ। ଏହା ପୂର୍ବରୁ ପ୍ରଥମ ୱିକେଟ୍ରେ ସର୍ବଶ୍ରେଷ୍ଠ ଭାଗିଦାରୀ ଶ୍ରୀଲଙ୍କା ନାଁରେ ରହିଥିଲା। ଶ୍ରୀଲଙ୍କା ପକ୍ଷରୁ ଓପନର୍ ସନଥ ଜୟସୁରିୟା ଓ ଉପୁଲ ଥରଙ୍ଗାଙ୍କ ନାଁରେ ଦିନିକିଆରେ ସର୍ବଶ୍ରେଷ୍ଠ ପାର୍ଟନରସିପ୍ ରେକର୍ଡ ରହିଥିଲା। ଏହି ଯୋଡ଼ି ୨୦୦୬ରେ ୨୮୬ ରନ୍ର ସ୍କୋର୍ କରିଥିଲେ।
ଜମାନ୍ ୧୫୬ ବଲ୍ ଖେଳି ୨୧୦ ରନ୍ର ଇଂନିସ ଖେଳିଥିବା ବେଳେ ଇମାମ୍-ଉଲ୍-ହକ୍ ୧୨୨ ବଲ୍ରୁ ୧୧୩ ରନ୍ର ଇଂନିସ ଖେଳିଥିଲେ। ଫକର୍ ଜମାନ୍ ତାଙ୍କ ପାଳିରେ ୫ଟି ଛକା ଓ ୨୪ଟି ଚୌକା ମାରିଛନ୍ତି। ଏହାସହ ଜମାନ୍ ପାକିସ୍ତାନ ପକ୍ଷରୁ ଦିନିକିଆରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ ସୟଦ ଅନୱାର୍ ୧୯୯୪ରେ ୧୯୪ ରନ୍ର ସ୍କୋର୍ କରିଥିଲେ।
from OdishaReporter https://ift.tt/2zX7y1G
No comments:
Post a Comment