ଆଫ୍ରିଦିଙ୍କ ସମକକ୍ଷ ହେଲେ ଗେଲ୍‌: ଜାଣନ୍ତୁ କ’ଣ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଆଫ୍ରିଦିଙ୍କ ସମକକ୍ଷ ହେଲେ ଗେଲ୍‌: ଜାଣନ୍ତୁ କ’ଣ କଲେ

ଢାକା: ୱେଷ୍ଟଇଣ୍ଡିଜ୍‌ ଦଳର ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ୍‌ ପାକିସ୍ତାନର ଶାହିଦ୍‌ ଆଫ୍ରିଦିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି।

ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ଆଫ୍ରିଦିଙ୍କ ନାଁରେ ଥିବା ବେଳେ ଏବେ ଗେଲ୍‌ ତାଙ୍କ ସମକକ୍ଷ ହୋଇଛନ୍ତି।

ଗତରାତିରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଗେଲ୍‌ ୭୩ ରନ୍‌ କରିଥିଲେ। ଏହି ସମୟରେ ସେ ୫ଟି ବିଶାଳ ଛକା ମାରିଥିଲେ। ଏଥିସହ ଗେଲ୍‌ ଟେଷ୍ଟ୍‌, ଟି-୨୦ ଓ ଦିକିଆରେ ମୋଟ୍‌ ୪୭୬ଟି ଛକା ମାରିଛନ୍ତି।

ଆଫ୍ରିଦି ୩ଟି ଯାକ ଫର୍ମାଟରେ ୫୨୪ ମ୍ୟାଚ୍‌ ଖେଳି ୪୭୬ଟି ଛକା ମାରିଥିଲେ। କିନ୍ତୁ ଗେଲ ୪୪୩ଟି ମ୍ୟାଚ୍‌ରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

ଏବେ ଆଫ୍ରିଦି କ୍ରିକେଟ୍‌ରୁ ଅବସର ନେଇଯାଇଥିବାରୁ ଗେଲ୍‌ ତାଙ୍କ ରେକର୍ଡ ଅତି ସହଜରେ ଭାଙ୍ଗି ପାରିବେ ବୋଲି କୁହାଯାଉଛି।

ଆଫ୍ରିଦି ଦିନିକିଆରେ ୩୫୧ଟି ଛକା ମାରିଥିବା ବେଳେ ଟି-୨୦ରେ ୭୩ ଓ ଟେଷ୍ଟରେ ୫୨ଟି ଛକା ମାରିଛନ୍ତି। ଅନ୍ୟପକ୍ଷରେ ଗେଲ୍‌ ଦିନିକିଆରେ ୨୭୫ଟି, ଟି-୨୦ରେ ୧୦୩ଟି ଓ ଟେଷ୍ଟରେ ୯୮ଟି ଛକା ମାରିଛନ୍ତି।

ଏହି ରେକର୍ଡ ତାଲିକାରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୫୦୪ଟି ମ୍ୟାଚ୍‌ରେ ୩୪୨ଟି ଛକା ମାରି ୫ମ ସ୍ଥାନରେ ଅଛନ୍ତି।

୩୯୮ଟି  ଛକା ମାରି ନ୍ୟୁଜିଲ୍ୟାଣ୍ଡର କ୍ରିକେଟର୍‌ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ତୃତୀୟରେ ଥିବା ବେଳେ ଶ୍ରୀଲଙ୍କାର ସନତ ଜୟସୁରିୟା ୩୫୨ଟି ଛକା ମାରି ୪ର୍ଥ ସ୍ଥାନରେ ରହିଛନ୍ତି।

 



from OdishaReporter https://ift.tt/2vgZCCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages