ପୁଣି ପିଲା ଚୋର ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ପୁଣି ପିଲା ଚୋର ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଭୋପାଲ୍‌: ପିଲା ଚୋରି ଗୁଜବକୁ କେନ୍ଦ୍ର କରି ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗୀ ମହିଳାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ସିନଗାରଉଲିଠାରେ ଏଭଳି ଘଟଣା ଘଟିଛି।  ମହିଳା ଜଣଙ୍କ ଦୀର୍ଘ ୬ ମାସ ହେଲା ଏଠାରେ ବୁଲାବୁଲି କରୁଥିଲେ ବୋଲି କିଛି ଲୋକ କହିଛନ୍ତି। ପୁଲିସ୍‌ ଏହି ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି। ହ୍ୱାଟସ୍‌ ଆପ୍‌ରେ ପିଲା ଚୋରି ନେଇ ଯେଉଁ ଗୁଜବ ପ୍ରଚାର ହେଉଛି, ତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ପୁଲିସ୍‌ କହିଛି। ମହିଳା ଜଣଙ୍କ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରବିବାର ଗାଁ ଲୋକ ତାଙ୍କୁ ଠାବ କରିଥିଲେ। ହ୍ୱାଟସ୍‌ ଆପ୍‌ରେ ପିଲା ଚୋରି ନେଇ ଗୁଜବ ପ୍ରଚାର ହେଉଥିବାରୁ ଗାଁ ଲୋକେ ମହିଳାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ଆକ୍ରମଣ କରିଥିଲେ। ପୁଲିସ୍ ଗୋଟିଏ ଦିନ ପରେ ମହିଳାଙ୍କ ମୃତଦେହ ଠାବ କରିଥିଲା। ମୃତଦେହ ନିକଟରୁ କୁରାଢ଼ୀ, କାଠ ଫାଳିଆ ଓ ପଥର ଜବତ କରିଛି। ସେଗୁଡ଼ିକୁ ଏବେ ଫରନେସିକ୍‌ ଲ୍ୟାବ୍‌କୁ ପଠା ଯାଇଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କେଏସ୍‌ ଦ୍ୱିବେଦୀ କହିଛନ୍ତି। ସେ କହିଛନ୍ତି ମହିଳାଙ୍କ ପରିଚୟ ମିଳିନାହିଁ। ତାଙ୍କ ଫଟୋକୁ ସମସ୍ତ ପୁଲିସ୍‌ ଷ୍ଟେସନ୍‌କୁ ପଠାଯାଇଛି ବୋଲି ସେ କହିଛନ୍ତି। ଗତମାସରେ ଏହି ଅଞ୍ଚଳରେ ଦୁଇ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗାଁ ଲୋକ ପିଲା ଚୋର ବୋଲି ସନ୍ଦେହ କରି ଆକ୍ରମଣ କରିଥିଲେ।



from OdishaReporter https://ift.tt/2uYRSFB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages