ପି ଚାଦାମ୍ୱରମଙ୍କୁ ଆଗୁଆ ଜାମିନ୍‌: ପୁଅ କାର୍ତ୍ତିଙ୍କୁ ବିଦେଶ ଯାତ୍ରା ଅନୁମତି                        - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ପି ଚାଦାମ୍ୱରମଙ୍କୁ ଆଗୁଆ ଜାମିନ୍‌: ପୁଅ କାର୍ତ୍ତିଙ୍କୁ ବିଦେଶ ଯାତ୍ରା ଅନୁମତି                       

ନୂଆଦିଲ୍ଲୀ: ଏୟାର ସେଲ୍‌ ମ୍ୟାକ୍ସିସ୍‌ ଘଟଣାରେ ଛନ୍ଦି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ୱରମ୍‌ଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ଆଗୁଆ ଜାମିନ୍‌ ଦେଇଛନ୍ତି। ସିବିଆଇ ତାଙ୍କୁ ଅଗଷ୍ଟ ୭ ଯାଏ ଗିରଫ କରିପାରିବ ନାହିଁ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ତାଙ୍କ ପୁଅ କାର୍ତ୍ତିଙ୍କୁ ବିଦେଶ ଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ଜୁଲାଇ ୨୩ରୁ ୩୧ ଯାଏ କାର୍ତ୍ତି ବ୍ୟକ୍ତିଗତ କାମରେ ୟୁକେ, ଫ୍ରାନ୍ସ ଓ ଆମେରିକା ଯିବାକୁ ଥିବା ବେଳେ ଏଥିପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। କାର୍ତ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଏଏମ ସିଙ୍ଘଭୀ ପକ୍ଷ ରଖି ବିଦେଶ ଗସ୍ତ ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନୱିଲକର୍‌, ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, କାର୍ତ୍ତିଙ୍କ ବିରୋଧରେ ଏୟାର୍‌ସେଲ୍‌ ମ୍ୟାକ୍ସିସ୍‌, ଆଇଏନ୍‌ଏକ୍ସ ମିଡିଆ ଓ ମନି ଲଣ୍ଡରିଂ ଭଳି ମାମଲାର ତଦନ୍ତ ଚାଲିଛି। ତେଣୁ ସେ ବିଦେଶ ଗସ୍ତରୁ ଆସିବା ପରେ ତୁରନ୍ତ ନିଜର ପାସପୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଦାଖଲ କରିବେ। ଏଥିସହ ଖଣ୍ଡପୀଠ କାର୍ତ୍ତିଙ୍କୁ ବିମାନର ସୂଚୀ କୋର୍ଟରେ ଦାଖଲ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚିଦାମ୍ୱରମ୍‌ଙ୍କୁ ଏୟାର୍‌ସେଲ୍‌ ମ୍ୟାକ୍ସିସ୍‌ ମାମଲାରେ ସିବିଆଇ ଅଭିଯୁକ୍ତ ଦର୍ଶାଇ ଚାର୍ଜଶିଟ୍‌ ଦାଖଲ କରିଥିଲା। କାଳେ ତାଙ୍କୁ ସିବିଆଇ ଗିରଫ କରିନେବ, ସେଥିପାଇଁ ଆଜି ସକାଳେ ସେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ। ସ୍ୱତନ୍ତ୍ର ସିବିଆଇ ବିଚାରପତି ଓପି ସାଇନି ଏହାର ଶୁଣାଣି କରି ଅଗଷ୍ଟ ୭ ଯାଏ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଜୁଲାଇ ୧୯ରେ ସିବିଆଇ ପି ଚିଦାମ୍ବରମ୍‌ଙ୍କ ବ୍ୟତୀତ ତାଙ୍କ ପୁଅ କାର୍ତ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ ସାନି ଚାର୍ଜଶିଟ୍‌ ଦାଖଲ କରିଥିଲା। ୨୦୦୬ରେ ଚିଦାମ୍ୱରମ୍‌ ଅର୍ଥମନ୍ତ୍ରୀ ଥିବା ବେଳେ ନିଜ ପଦର ଦୁରୁପଯୋଗ କରିଥିଲେ। ଏୟାର ସେଲ୍‌ ମ୍ୟାକ୍ସିସ୍‌ ଡିଲ୍‌ରେ ପାଖାପାଖି ୩,୫୦୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମଧ୍ୟ ଚିଦାମ୍ବରମ୍‌ଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି। ସିବିଆଇ ଏବେ ଏହାର ତଦନ୍ତ କରୁଛି।  



from OdishaReporter https://ift.tt/2LgKrEE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages