ପ୍ରତିଶୋଧ ନେବା ପାଇଁ ୩୦୦ କୁମ୍ଭୀରଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ପ୍ରତିଶୋଧ ନେବା ପାଇଁ ୩୦୦ କୁମ୍ଭୀରଙ୍କୁ ମାରିଦେଲେ

crocodile2

 

ନୂଆଦିଲ୍ଲୀ: କୁମ୍ଭୀର ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହେବା କଥା ଆପଣ ଶୁଣିଥିବେ। କିନ୍ତୁ ଏଭଳି ଆକ୍ରମଣରେ ମୃତ୍ୟୁ ହେବା ପରେ କେହି ପ୍ରତିଶୋଧ ନେବା କଥା ଆପଣ ଶୁଣିଛନ୍ତି? ଏହିପରି ଏକ ଦେହ ଥରାଇବା ପରି ଘଟଣା ଘଟିଛି ଇଣ୍ଡୋନେସିଆରେ। ଶନିବାର ସେଠାରେ ଥିବା ଏକ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ନିକଟକୁ ଜଣେ ବ୍ୟକ୍ତି ପାଳିତ ପଶୁଙ୍କ ପାଇଁ ଚାରା ଆଣିବାକୁ ଯିବା ସମୟରେ କୁମ୍ଭୀର ତାଙ୍କର  ଗୋଟିଏ ଗୋଡ଼କୁ କାମୁଡ଼ି ଦେଇଥିଲା ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଛୁରୀ ଓ ଭୁଜାଲି ନେଇ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ଥିବା ୪ ଇଞ୍ଚ୍‌ ଲମ୍ବ କୁମ୍ଭୀର ଛୁଆଙ୍କ ସମେତ ଦୁଇ ମିଟର ଲମ୍ବ ୨୯୨ଟି କୁମ୍ଭୀରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ଥାନୀୟ ପୁଲିସ୍‌ର କହିବା ଅନୁଯାୟୀ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ପ୍ରତିଶୋଧ ସ୍ୱରୂପ ୨୯୨ଟି କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି। ଏହି କୁମ୍ଭୀରଙ୍କ ମୃତ୍ୟୁ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ହତ୍ୟାକାରୀଙ୍କ ଉପରେ ଅପରାଧିକ ମାମଲା ରୁଜୁ କରିଛି। ତେବେ ଇଣ୍ଡୋନେସିଆରେ କୁମ୍ଭୀରଙ୍କର ଅନେକ ପ୍ରଜାତି ରହିଛି ଏବଂ ଏମାନଙ୍କୁ ସେଠାରେ ସଂରକ୍ଷିତ ଜୀବର ମାନ୍ୟତା ଦିଆଯାଇଛି।

 



from OdishaReporter https://ift.tt/2JrIsHC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages