ଇସ୍‌ଲାମାବାଦ ହାଇକୋର୍ଟ ଗଲେ ନୱାଜ ସରିଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଇସ୍‌ଲାମାବାଦ ହାଇକୋର୍ଟ ଗଲେ ନୱାଜ ସରିଫ୍

ନୂଆଦିଲ୍ଲୀ: ଦଣ୍ଡାଦେଶ ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋର ରାୟକୁ ଖାରଜ କରିବା ସହ ତୁରନ୍ତ ଜାମିନ ଦେବା ପାଇଁ ସେ ଆବେଦନ କରିଛନ୍ତି । ଇଂଲଣ୍ଡର ଏଭିନ୍ଫିଲ୍ଠ ପ୍ରପଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି।

ଶୁକ୍ରବାର ପାକିସ୍ତାନ ପହଞ୍ଚିବା ପରେ ନୱାଜ ସିରଫ ଓ ତାଙ୍କ ଝିଅ ମରୟମଙ୍କୁ ପୋଲିସ ଗିରଫ କରିଥିଲା।   ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲରେ ବି କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଭ୍ରଷ୍ଟାଚାର ମାମଲାରେ ନୱାଜଙ୍କୁ ୧୦ ବର୍ଷ ଏବଂ ଝିଅ ମରିୟାମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ତାଙ୍କୁ ଓ ତାଙ୍କ କନ୍ୟା ମରିୟାମ୍‌ଙ୍କୁ ଗିରଫ କରାଯାଇଛି। ବିଦେଶରୁ ଆସି ଲାହୋରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇ ଥିଲା।



from OdishaReporter https://ift.tt/2NgWvCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages