ବାରିମୂଳ ଜେଲ ଗଲା ଟିଟୋ: କହିଲା- ମୋତେ ଫସାଇ ଦିଆଯାଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ବାରିମୂଳ ଜେଲ ଗଲା ଟିଟୋ: କହିଲା- ମୋତେ ଫସାଇ ଦିଆଯାଇଛି

tito

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ୍‌ ଗଲା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲ୍ଲୀ। ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ତାକୁ ଆଜି କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି। ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଟିଟୋକୁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍)। ରିମାଣ୍ଡ୍‌ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଓ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଅଧିକ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ ନ କରିବାରୁ ଆଜି ତାକୁ ଜେଲକୁ ପଠାଇ ଦିଆଯାଇଛି।

ଜେଲକୁ ଯିବା ବେଳେ ଗଣମାଧ୍ୟମକୁ ଟିଟୋ କହିଛି-“ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି।”

ତେବେ ଟିଟୋକୁ କିଏ ଓ କାହିଁକି ଫସାଇଦେଇଛି, ସେନେଇ ସେ କିଛି ସ୍ପଷ୍ଟ କରିନାହାଁନ୍ତି। ଯାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି।

ରାଜନୈତିକ ଲିଙ୍କ୍‌ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଟିଟୋ କହିଛି-“ନୋ କମେଣ୍ଟ”।

ଜୁନ୍‌ ୩୦ ତରିଖରେ ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିଟୋକୁ ଏନ୍‌କାଉଣ୍ଟର କରିଥିଲା। ଟିଟୋର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଥିଲା। ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ପର ଦିନ ଅର୍ଥାତ ଜୁଲାଇ ୧ ତାରିଖରେ ତାକୁ ଗିରଫ କରାଯାଇଥିଲା। ଏହାସହ ତା’ର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଥିଲା।

ପରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଟିଟୋର ଗୁମର ଖୋଲିଥିଲା। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ଶୋରୁମ ଓ ଓଡ଼ିଆ ଫିଲ୍ମରେ ‘ବିଶ୍ୱନାଥ’ରେ ଟିଟୋ ଟଙ୍କା ଲଗାଇଥିବାର ସୁରାକ ପାଇଥିଲା ଏସ୍‌ଟିଏଫ୍‌। ଖାଲି ସେତିକି ନୁହେଁ, ଟିଟୋ ନାଁରେ ରାଜ୍ୟ ବାହାରେ ଏକାଧିକ ହୋଟେଲ୍ ରହିଥିବାର ପ୍ରମାଣ ପାଇଥିଲା। ତା’ସାଙ୍ଗକୁ ଜାଗୁଆର୍‌ ଓ ଅଡି ଭଳି ଦାମୀ କାର୍ ମଧ୍ୟ ଟିଟୋ ପାଖରେ ଥିବା ଜାଣିବାକୁ ପାଇଥିଲା। ଟିଟୋର ସମ୍ପତ୍ତିର ଅନୁମାନିକ ମୂଲ୍ୟ ୧୦୦ କୋଟିରୁ ଅଧିକ ହେବ ବୋଲି କ୍ରାଇମବ୍ରାଞ୍ଚ ପୂର୍ବନୁମାନ କରିଛି।



from OdishaReporter https://ift.tt/2mk93xl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages