ପିଟିପିଟି ହତ୍ୟା କରିବା ଘଟଣାକୁ ନିନ୍ଦାକଲେ ସୁପ୍ରିମକୋର୍ଟ: ନୂଆ ଆଇନ୍ ପ୍ରଣୟନ କରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ପିଟିପିଟି ହତ୍ୟା କରିବା ଘଟଣାକୁ ନିନ୍ଦାକଲେ ସୁପ୍ରିମକୋର୍ଟ: ନୂଆ ଆଇନ୍ ପ୍ରଣୟନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୋ-ସୁରକ୍ଷା ଓ ପିଲାଚୋରି ଗୁଜବକୁ ନେଇ ଦେଶରେ ବଢ଼ିଚାଲିଥିବା ମବ୍ ଲିଂଚଙ୍ଗ (ପିଟିପିଟି ହତ୍ୟା) ଘଟଣାକୁ ଆଜି ସୁପ୍ରିମକୋର୍ଟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଗଣତନ୍ତ୍ରରେ ଏଭଳି ହୋହଲ୍ଲାରେ ଶାସନ ବା ତାଲିବାନୀ ଶାସନ ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଏଭଳି ପିଟିପିଟି ହତ୍ୟା ଘଟଣାକୁ ରୋକିବା ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କରନ୍ତୁ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।  ଦେଶରେ ଦିନକୁ ଦିନ ପିଟିପିଟି ହତ୍ୟା ଘଟଣା ବଢ଼ି ଚାଲିଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ ଖାନ୍‌ୱିଲ୍‌କର୍‌ ଓ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, ଦେଶର କୌଣସି ନାଗରିକ ଆଇନରୁ ଉର୍ଦ୍ଧ୍ୱରେ ନୁହନ୍ତି। କେହି ଆଇନ୍‌କୁ ନିଜ ହାତକୁ ନେଇ ପାରିବେ ନାହିଁ। ମବୋକ୍ରାସି ବା ହୋ-ହଲ୍ଲା ଶାସନର ସ୍ଥାନ ଗଣତନ୍ତ୍ରରେ ନାହିଁ। ଭବିଷ୍ୟତରେ ଏଭଳି ଘଟଣା ଉପରେ କେମିତି ରୋକ ଲାଗିପାରିବ, ସେ ଦିଗରେ କେନ୍ଦ୍ର ସରକାର ତୁରନ୍ତ ଆଇନ୍ ପ୍ରଣୟନ କରିବା ଦରକାର। ସିଜେଆଇ ଜଷ୍ଟିସ ମିଶ୍ର କହିଥିଲେ ସର୍ବୋଚ୍ଚ ଅଦଲାତ ପିଟିପିଟି ହତ୍ୟା ଘଟଣାକୁ ରୋକିବା ପାଇଁ ଯେଉଁସବୁ ନିର୍ଦ୍ଦେଶ ଦେଇଛନ୍ତି, ସେଗୁଡ଼ିକ କେତେ ଦୂର କାର୍ଯ୍ୟକାରୀ ହେଉଛି, ତା’ର ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବାଧ୍ୟ। ପୂର୍ବରୁ ସର୍ବୋଚ୍ଚ ଅଦାଲତ ସମସ୍ତ ପ୍ରକାରର ପିଟିପିଟି ହତ୍ୟା ଘଟଣାକୁ ଅପରାଧ ବୋଲି କହିଥିଲେ। ଆଜି ଉକ୍ତ ରାୟକୁ କାଏମ ରଖି ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରମାନଙ୍କୁ ଏହା ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ କହିଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ସଂସଦ ପିଟିପିଟି ହତ୍ୟା ଘଟଣାକୁ ରୋକିବା ପାଇଁ ଆଇନ୍ ପ୍ରଣୟନ କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାମଲା ପରବର୍ତୀ ଶୁଣାଣି ଅଗଷ୍ଟ ୨୦ରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ନିଜର ପକ୍ଷ ରଖିଥିଲେ।  ପିଟିପିଟି ହତ୍ୟା କରିବା ଘଟଣା ଏକ ଆଇନ୍‌ ଶୃଙ୍ଖଳା ସମସ୍ୟା। ରାଜ୍ୟ ସରକାରମାନେ ଯଦି କୋର୍ଟଙ୍କ ନିଦ୍ଦେର୍ଶକୁ ମାନୁ ନାହାନ୍ତି, ତା’ହେଲେ ସର୍ବୋଚ୍ଚ ଅଦାଲତ ସିଧାସଳଖ ସେମାନଙ୍କ ସହ ଡିଲ୍‌ କରନ୍ତୁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2mn2slG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages