ମଣିପୁର ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲା: ସିବିଆଇ ମୁଖ୍ୟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ମଣିପୁର ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲା: ସିବିଆଇ ମୁଖ୍ୟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲାରେ ସିବିଆଇ ଚାର୍ଜଶିଟ୍‌ ଫାଇଲ୍‌ କରିଛି। କିନ୍ତୁ ଆଜି ଯାଏ ଏହି ଘଟଣାରେ କାହାକୁ ଗିରଫ କରି ନଥିବାରୁ ଆଜି ସୁପ୍ରିମକୋର୍ଟ ପ୍ରବଳ କ୍ଷୁବ୍ଧ ହୋଇଛନ୍ତି।

ସର୍ବୋଚ୍ଚ ଅଦାଲତ ସିବିଆଇ ନିର୍ଦ୍ଦେଶକଙ୍କୁ କାର୍ଯ୍ୟରେ ଅବହେଲା କରିଥିବାରୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି ହତ୍ୟାକାରୀମାନେ ଏଭଳି ବାହାରେ ମୁକ୍ତ ଭାବେ ବୁଲିବେ, ତା’ହେଲେ ସମାଜ ଉପରେ କି ପ୍ରଭାବ ପଡ଼ିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

୭ଟି ମାମଲାରେ ସିବିଆଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାରେ ବିଳମ୍ବ କରିଥିବାରୁ, ଏହାର ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କୁ କୋର୍ଟ ଆଜି ବ୍ୟକ୍ତିଗତ ଭାବ ହାଜର ହେବାକୁ ସମନ୍‌ କରିଥିଲେ।

ଶ୍ରୀ ବର୍ମା କୋର୍ଟରେ ହାଜର ହୋଇ ୨ଟି ଘଟଣାର ଚାର୍ଜଶିଟ୍‌ ଫାଇଲ୍‌ ହୋଇଥିବା ବେଳେ ଅନ୍ୟ ୫ଟି ଘଟଣାର ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଦାଖଲ ହେବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ହତ୍ୟା, ହତ୍ୟା ପାଇଁ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।

୧୯୮୫ରୁ ୨୦୦୧ ମଧ୍ୟରେ ସେନା, ଆସାମ ରାଇଫଲ୍‌ ଓ ମଣିପୁର ପୁଲିସ୍‌ ଲୋକଙ୍କୁ ବେଆଇନ୍‌ ଭାବେ ୭ଟି ଘଟଣାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ତଦନ୍ତ ସିବିଆଇ କରୁଥିଲେ ହେଁ ଆଜି ଯାଏ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ନଥିବାରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମବି ଲୋକୁର ଓ ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ବର୍ମାଙ୍କୁ ସମନ୍‌ କରିଥିଲେ।

ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା କହିଛନ୍ତି, ମଣିପୁରରେ ଘଟିଥିବା ଅନ୍ୟ ୨୦ ମିଥ୍ୟା ଏନକାଉଣ୍ଟରର ମାମଲାର ତଦନ୍ତ ଡିସେମ୍ୱର ଶେଷ ସୁଦ୍ଧା ଶେଷ ହେବ।

ଏହି ମାମଲାର  ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ରେ କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।



from OdishaReporter https://ift.tt/2mRnRUt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages