କାଲିଠୁ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

କାଲିଠୁ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହେଲେ ପାର୍ଲାମେଣ୍ଟରେ ବୋହିପାରେ ଗରମ୍ ହାଓ୍ୱା। କାହିଁକି କି ନା, ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍, ଆର୍ଥିକ ନୀତି, ବେକାରୀ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଆଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବେ ମିଳିତ ବିରୋଧୀ ଦଳ। ଏପଟେ ପାର୍ଲାମେଣ୍ଟର ଅନୁମୋଦନ ଅପେକ୍ଷାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଥିବା ବେଳେ କିଛି ନୂଆ ବିଲ୍ ବି ଆସିବ। ଟ୍ରିପଲ ତଲାକ୍ ବିଲ୍‌କୁ ରାଜ୍ୟସଭାରେ ପାସ୍ କରାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

ଏଣେ ମହିଳା ସଂରକ୍ଷଣ ବିଲ୍‌କୁ ପାସ୍ କରାଇବା ଉପରେ ରହିବ କଂଗ୍ରେସର ଗୁରୁତ୍ୱ। ଏନେଇ କଂଗ୍ରେସ ସମର୍ଥନ କରିବ ବୋଲି ଦଳ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।  ସେହିପରି ଏସ୍ସି ଓ ଏସ୍ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କେତେକ ନୂଆ ବିଲ୍ ଆଗତ ହେବ। ତେବେ ସରକାର ବିରୋଧୀଙ୍କ ସାମ୍ନା କରି ଗୃହକୁ କେମିତି ଚଳାଉଛନ୍ତି ତାଉପରେ ନଜର ରହିବ। ଆଜି ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ଆଞ୍ଚଳିକ ଦଳମାନେ ନିଜ ନିଜ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କଠୁ ଉତ୍ତର ଦାବି କରିବେ। ବିଜେଡି ମହାନଦୀ, ପୋଲାଭରମ, ଧାନର ଏମଏସ୍ପି ସାଙ୍ଗକୁ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇବ ବୋଲି କହିଛି।



from OdishaReporter https://ift.tt/2zMrvZ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages