ହରେକୃଷ୍ଣ ହରେକୃଷ୍ଣ ! ଇସ୍କନ୍‌ ବି କରିଛି ଜବରଦଖଲ, ନୋଟିସ୍‌ ଦେଲା ବିଏମ୍‌ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ହରେକୃଷ୍ଣ ହରେକୃଷ୍ଣ ! ଇସ୍କନ୍‌ ବି କରିଛି ଜବରଦଖଲ, ନୋଟିସ୍‌ ଦେଲା ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜବରଦଖଲ କରିବା ଅଭିଯୋଗରେ ରାଜଧାନୀର ଇସ୍‌କନ୍‌ ମନ୍ଦିର ଓ ହୋଟେଲ୍ ପ୍ରେସିଡେନ୍ସି କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୋଟିସ୍ ଦିଆଯାଇଛି। ଇସ୍‌କନ୍‌ ଏବଂ ହୋଟେଲ୍ ପ୍ରେସିଡେନ୍ସି ସମ୍ମୁଖ ଜାତୀୟ ରାଜପଥରେ ବର୍ଷାପାଣି ଜମି ରହିବା ଓ ଗାଡ଼ି ଚଳାଚଳ ପ୍ରଭାବିତ ହେଉଥିବାରୁ ବିଏମ୍‌ସି ଏହି ନୋଟିସ୍ ଜାରି କରିଛି।

ନୋଟିସ୍ ଅନୁଯାୟୀ, ଜାତୀୟ ରାଜପଥ କଡ଼ରେ ଥିବା ଷ୍ଟ୍ରିଟ୍‌-ୱେ ବା ପାଦଚଲା ରାସ୍ତା ଜବରଦଖଲ କରି ଏ ଦୁଇ ସଂସ୍ଥା ଦୋକାନ ଗୃହ ଓ ପାର୍କିଂ ପାଇଁ ବ୍ୟବହାର କରୁଛନ୍ତି। ଏଥିପାଇଁ ଜବରଦଖଲ ଦିନଠାରୁ ଜବରଦଖଲ ହଟାଇବା ପର୍ଯ୍ୟନ୍ତ, ଦୈନିକ ୫୦୦୦ ଟଙ୍କା ଲେଖାଏ ଜରିମାନା ଦେବାକୁ ପାଇଁ କୁହାଯାଇଛି। ଫାଇନ୍‌ ନ ଦେଲେ ସେଥିପାଇଁ ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ଜବରଦଖଲ ଅଭିଯୋଗକୁ ଇସ୍‌କନ୍‌ କର୍ତ୍ତୃପକ୍ଷ ସ୍ୱୀକାର କରି ନାହାନ୍ତି। ସେହିପରି ହୋଟେଲ୍‌ ପ୍ରେସିଡେନ୍ସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବିଏମ୍‌ସି କହିଛି ଯେ, ୧୯୯୬ରେ ଇସ୍‌କନ୍‌ ମନ୍ଦିରର ନିର୍ମାଣ ହେବା ସହିତ ଇସକନ୍‌ର ଧର୍ମଗୁରୁ ମାନଙ୍କର ସମାଧିସ୍ଥଳ ଗଢ଼ା ହୋଇଛି। ତେବେ ପ୍ରତିବର୍ଷ ଏଠାରେ ପାଣି ଜମୁଥିଲେ ମଧ୍ୟ ୨୨ ବର୍ଷ ପରେ କାହିଁକି ବିଏମ୍‌ସିର ହଠାତ୍ ତତ୍ପରତା ପ୍ରକାଶ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି। ଡ୍ରେନେଜ୍ ବ୍ୟବସ୍ଥା ଠିକ୍‌ ନ କରି ପାଣି ଜମିବା ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ନୋଟିସ୍‌ର ସାହାରା ନେଇଛି କି ବିଏମ୍‌ସି ? ବିଏମସିର ଏଭଳି ନୀତିକୁ ବିରୋଧ କରି ଆଜିଠାରୁ ‘ଯୁବ ଓଡ଼ିଶା’ ପକ୍ଷରୁ ଜାତୀୟ ରାଜପଥ କଡ଼ରେ ଆମରଣ ଅନଶନ ଆରମ୍ଭ କରାଯାଇଛି।

 

 



from OdishaReporter https://ift.tt/2LUN37C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages