ଖେଳୁଥିବା ବେଳେ ପିଲାଙ୍କ ଉପରେ ପଡ଼ିଗଲା ବିରାଟକାୟ ଗଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଖେଳୁଥିବା ବେଳେ ପିଲାଙ୍କ ଉପରେ ପଡ଼ିଗଲା ବିରାଟକାୟ ଗଛ

ବାରିପଦା (ମାଣିକ ଲାଲ୍‌ ପାଣି): ଗାଁ ମଝିରେ ପିଲାମାନେ ଖେଳୁଥିଲେ। ହଠାତ୍ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଲା। ଆଉ ତାହା ପଡ଼ିଗଲା ଖେଳରେ ମାତିଥିବା ପିଲାଙ୍କ ଉପରେ। ଫଳରେ ଜଣେ ୮ ବର୍ଷୀୟା ଝିଅର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପିଲା ଗଛତଳେ ଚାପିହୋଇ ଯାଇଥିଲେ। ଏପରି ମର୍ମନ୍ତୁଦ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍ ଅନ୍ତର୍ଗତ ସାନଯୁଡ଼ବଣି ଗାଁ ମଝିରେ ୨୦ରୁ ଅଧିକ ପିଲା ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ଏକ ବିରାଟକାୟ ରିଠାଗଛ ଉପୁଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଗଛ ତଳେ ପିଲାମାନେ ଚାପି ହୋଇ ରହି ଯାଇଥିଲେ। ଗାଁରେ ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ଦୌଡ଼ି ଆସି ଗଛର ଡାଳ କାଟି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଛତିଶ ନାଏକଙ୍କ ୮ ବର୍ଷ ଝିଅ ଆଦ୍ୟାଶା ଗଛର ମୁଖ୍ୟ ଡାଳ ତଳେ ଚାପି ହୋଇଯାଇଥିଲା। ଗାଁ ଲୋକେ ଡାଳ କାଟି ଆଦ୍ୟାଶାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏ ସଂପର୍କରେ ଖବର ପାଇ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।



from OdishaReporter https://ift.tt/2mK1Fvu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages