
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ ଅବଧିକୁ ଆଜି କେନ୍ଦ୍ର ସରକାର ଏକମାସ ବଢ଼ାଇ ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିକସ୍ଦାତାମାନେ ଏବେ ଅଗଷ୍ଟ ୩୧ମଧ୍ୟରେ ନିଜର ରିଟର୍ଣ୍ଣସ୍ ଫାଇଲ୍ କରିପାରିବେ। ପୂର୍ବରୁ ଆୟକର ରିଟର୍ଣ୍ଣସ୍ ଫାଇଲ୍ର ଶେଷ ତାରିଖ ଜୁଲାଇ ୩୧ ରହିଥିଲା। ଅବଶ୍ୟ ଏହାକୁ ୧୦ରୁ ୧୫ ଦିନ ବୃଦ୍ଧି କରାଯାଏ। ହେଲେ ଚଳିତ ବର୍ଷ କିଛି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଏହା ଏକମାସ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଏପ୍ରିଲ ମାସରେ ଆୟକର ରିଟର୍ଣ୍ଣସ୍ ପାଇଁ ଫର୍ମ ଜାରି କରାଯାଇଥିଲା। ଏଥିରେ ଜୁଲାଇ ୩୧ ତାରିଖ ଶେଷ ତାରିଖ ବୋଲି କୁହାଯାଇଥିଲା। ତେବେ ସିବିଡିଟି ସହ ଆଲୋଚନା କରି ଆଜି ଏହି ରିଟର୍ଣ୍ଣସ୍ ଫାଇଲ୍ ଅବଧିକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଛି। ଏବେ ଆଧାର କାର୍ଡ, ପ୍ୟାନ୍ କାର୍ଡ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ନଥିପତ୍ର ଦେଖାଇ ଅଗଷ୍ଟ ୩୧ ମଧ୍ୟରେ ବିଗତ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ୍ ଦାଖଲ କରିପାରିବେ। ଯଦି ଏହି ଅବଧି ମଧ୍ୟରେ କେହି ରିଟର୍ଣ୍ଣସ୍ ଫାଇଲ୍ ନ କରନ୍ତି, ତା’ହେଲେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ।
from OdishaReporter https://ift.tt/2v4rCK3
No comments:
Post a Comment