ସରକାର ଭୁଲିଗଲେ, କାର୍ଗିଲ୍‌ ସହିଦ୍‌ଙ୍କୁ ଲୋକେ ଦେଲେ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ସରକାର ଭୁଲିଗଲେ, କାର୍ଗିଲ୍‌ ସହିଦ୍‌ଙ୍କୁ ଲୋକେ ଦେଲେ ଶ୍ରଦ୍ଧାଞ୍ଜଳି

ସାଲେପୁର/ଆଳି/ଚାନ୍ଦବାଲି (ମନୋଜ ଆଚାର୍ଯ୍ୟ/ବନମାଳି ସାହୁ/ବାସୁଦେବ ଦାସ): ଆଜି ହେଉଛି କାର୍ଗିଲ୍‌ ବିଜୟ ଦିବସ। ୧୯୯୯ ମସିହା ଆଜିର ଦିନରେ ଭାରତ କାର୍ଗିଲ୍‌ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ଆଜିର ଦିନକୁ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହାକୁ ଆଜି ୧୯ ବର୍ଷ ପୂରିଛି। ସହିଦ୍‌ଙ୍କୁ ସ୍ମୃତିଚାରଣ କରିବା ପାଇଁ ସଭା ସମିତି କରାଯାଉଛି। ନେତାମାନେ କେତେ କଣ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏହାକୁ କେବଳ ଭାଷଣରେ ସୀମିତ ରଖାଯାଉଛି। ପ୍ରକୃତରେ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ କାର୍ଗିଲ୍‌ ସହିଦ୍‌ଙ୍କ ସ୍ମୃତି ପୀଠ ଯେମିତି ଅବହେଳିତ ହୋଇ ରହିଥିଲା ଠିକ୍‌, ସେମିତି ରହିଛି। ଆଜି ବିଜୟ ଦିବସରେ ମଧ୍ୟ ସହିଦ୍‌ଙ୍କୁ ସ୍ମୃତିଚାରଣ କରିନି ପ୍ରଶାସନ। ଯାହ ସହିଦଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ହେଉଛି।

ପୂରା ଘଟଣା ଏମିତି। କଟକ ଜିଲ୍ଲା ଜନାର୍ଦ୍ଦନପୁର ଗାଁ। ଏହିଠି ଜନ୍ମ ହୋଇଥିଲେ ଗୋପୀନାଥ ମହାରଣା। ମାଆର ହାତ ଧରି ଚାଲିଥିଲେ। ଗାଁ ସ୍କୁଲରେ ପାଠ ପଢ଼ି ଦେଶ ସେବା କରିବାକୁ ମନ ବଳାଇଥିଲେ। ସେଥିପାଇଁ ସେନାରେ ଯୋଗଦେଇଥିଲେ। ହେଲେ କାରଗିଲ ଯୁଦ୍ଧରେ ସେ ସହିଦ୍‌ ହେଲେ। ଯୁଦ୍ଧ ସମୟରେ ଗୋପୀନାଥ ସୈନ୍ୟମାନଙ୍କୁ ଗାଡ଼ିରେ ନେଇ ଯାଉଥିବା ବେଳେ ଶତ୍ରୁପକ୍ଷଙ୍କ ଗୁଳିରେ ଟଳି ପଡ଼ିଥିଲେ। ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ ଗୋପୀନାଥ। ତାଙ୍କୁ ଏବେ ଝୁରୁଛି ଜନ୍ମମାଟି। ପୁଅକୁ ପାଶୋରି ନ ପାରି ଫଟୋକୁ ଧରି ଗୁମୁରି ଗୁମୁରି କାନ୍ଦୁଛନ୍ତି ମାଆ ଝୁମୁରି ମହାରଣା। ତେବେ ଆଜି କାର୍ଗିଲ ବିଜୟ ଦିବସ ହୋଇଥିବା ବେଳେ ସହିଦ ଗୋପୀନାଥଙ୍କ ଗାଁରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତଥାପି ତାଙ୍କ ସ୍ମୃତିକୁ ମନେ ପକାଇଛନ୍ତି ଆତ୍ମୀୟ ସ୍ୱଜନ।

ଏଇ ହେଉଛି କେନ୍ଦ୍ରାପଡା ଜିଲ୍ଲା କଣ୍ଡିଆ ଗାଁ କାହାଣୀ ଭିନ୍ନ ନୁହେଁ। ଏଇଠି ଜନ୍ମ ନେଇଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଗିଲ୍‌ ଯୁଦ୍ଧରେ ସେ ସହିଦ୍‌ ହୋଇଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତୀ ସ୍ଥାପନ ଲାଗି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ପ୍ରଶାସନ ପରବର୍ତ୍ତି ସମୟରେ ଭୁଲିଗଲା। ଏହାକୁ ନେଇ ପରିବାର ଲୋକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ନିଜ ଗାଁ ଲୋକେ ମାଟିର ପୁଅକୁ ଭୁଲି ନାହାନ୍ତି। ସହିଦ ସଚ୍ଚିଦାନନ୍ଦଙ୍କ ପାଇଁ ଗର୍ବ ଅନୁଭବ କରଛନ୍ତି ପରିବାର ଲୋକ।

ସେହିପରି କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିଲେ ବୀର ଯବାନ ନିରଞ୍ଜନ ବେହେରା। ଆଜି ସ୍ଥାନୀୟ ଲୋକେଙ୍କ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁର ନିରଞ୍ଜନଙ୍କୁ ଗ୍ରାମବାସୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆକୁଳୀ ଚରଣ ବେହେରାଙ୍କ ସାନପୁଅ ନିରଞ୍ଜନ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିଲେ। ଦେଶ ପାଇଁ ପ୍ରଶାସନ ଦେଇଥିବାରୁ ଗାଁ ଲୋକ ଏବେ ବି ତାଙ୍କୁ ନେଇ ବେଶ ଗର୍ବିତ।



from OdishaReporter https://ift.tt/2mQ1COV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages