ପାକିସ୍ତାନ ସରକାରଙ୍କ ସ୍ୱୀକୃତିରେ ଚାଲୁଛି ଆତଙ୍କୀ ସଂଗଠନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ପାକିସ୍ତାନ ସରକାରଙ୍କ ସ୍ୱୀକୃତିରେ ଚାଲୁଛି ଆତଙ୍କୀ ସଂଗଠନ !

ଇସ୍‌ଲାମାବଦ: ପୂର୍ବରୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ଲୁଚାଛପାରେ ଆତଙ୍କବାଦୀମାନେ କାର୍ଯ୍ୟ କରୁଥିଲେ। ହେଲେ ଏବେ ସରକାରୀ ସ୍ୱୀକୃତିରେ ଆତଙ୍କବାଦୀ ସଂଗଠନ ଗୁଡ଼ିକ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସରକାରୀ ମାନ୍ୟତା ଦେବାକୁ ଉଦ୍ୟମ ଆରମ୍ଭ କରିଛି। ଖାସ୍‌ ସେଇଥିପାଇଁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ ସଂଗଠନର ସଦସ୍ୟଙ୍କୁ ଜାତୀୟ ନିର୍ବାଚନରେ ପ୍ରାର୍ଥୀ କରାଯାଇଛି। ଏପରିକି ଆମେରିକା ହାଫିଜ୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ମାନ୍ୟତା ଦେଇଥିଲେ ହେଁ ଆଜି ସେ ନିର୍ବାଚନ ସମୟରେ ବେଶ ଆରାମ୍‌ରେ ଆସି ସର୍ବସମ୍ମୁଖରେ ଭୋଟ୍‌ ଦେଇ ଯାଇଛି ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ପାକ୍‌ ନିର୍ବାଚନ ଉପରେ ନଜର ରଖିଥିବା ଗୁଇନ୍ଦା ସଂସ୍ଥା ଆଜି ଏଭଳି ରିପୋର୍ଟ ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନରେ ନିର୍ବାଚନ ହେଉଥିଲେ ମଧ୍ୟ କୌଣସି ଭାରତୀୟ କିମ୍ବା ବିଦେଶୀ ଗଣମାଧ୍ୟମକୁ ଏହାର ରିପୋର୍ଟ ପ୍ରକାଶ କରିବାକୁ ଭିସା ଦିଆଯାଇ ନାହିଁ। ନିର୍ବାଚନ କମିଶନ ମଧ୍ୟ ଠିକ୍‌ ଭାବେ ଭୋଟ୍‌ ଗ୍ରହଣ ସମ୍ପର୍କରେ ସୂଚନା ଦେଉନାହାନ୍ତି। ଅର୍ଥାତ ଲୁଚାଛପାରେ ସବୁକିଛି ଚାଲିଛି ବୋଲି ଗୁଇନ୍ଦା ଜାଣିବାକୁ ପାଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ହାଫିଜ୍‌ ସୟିଦର, ‘ମିଲ୍ଲି ମୁସଲିମ୍‌ ଲିଗ୍‌’ର ୧୭୨ ଜଣ ସଦସ୍ୟ ‘ଆଲ୍ଲା ହୁ-ଆକବର ତେହେରିକ୍‌ ପାର୍ଟି’ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ‘ଆଲ୍ଲା ହୁ-ଆକବର’ ଏକ ଉଗ୍ରବାଦୀ ସଂପ୍ରଦାୟର ସଂଗଠନ ହୋଇଥିବା ବେଳେ ଏହି ସଂଗଠନର ୧୮୦ ଜଣ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟତମ ଆତଙ୍କୀ ସଂଗଠନ ଏସ୍‌ଡବ୍ଲ୍ୟୁଜେର ୧୦୦ ଜଣ ସଦସ୍ୟ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଭଳି ଆତଙ୍କବାଦୀଙ୍କୁ ନିର୍ବାଚନରେ ସାମିଲ କରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସରକାରୀ ସ୍ୱୀକୃତି ଦେବାକୁ ଚାହୁଁଛି ବୋଲି ଗୁଇନ୍ଦା କହିଛି।



from OdishaReporter https://ift.tt/2JU2LOi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages