ଭାଷଣବାଜିରେ ସୀମିତ କଳାମଣ୍ଡଳ ପଡ଼ିଆର ଉନ୍ନତିକରଣ: ମଞ୍ଚରେ ଗଡ଼ୁଛି, ମେଞ୍ଚା ମେଞ୍ଚା ମଦ ବୋତଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଭାଷଣବାଜିରେ ସୀମିତ କଳାମଣ୍ଡଳ ପଡ଼ିଆର ଉନ୍ନତିକରଣ: ମଞ୍ଚରେ ଗଡ଼ୁଛି, ମେଞ୍ଚା ମେଞ୍ଚା ମଦ ବୋତଲ

ବଲାଙ୍ଗିର(ସସ୍ମିତା ସାହୁ): ଐତିହାସିକ କୋଶଳ କଳାମଣ୍ଡଳ ପଡ଼ିଆ ବଲାଙ୍ଗିରର ଗର୍ବ ଓ ଗୌରବ। ହେଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅପାରଗତା ଯୋଗୁ ଅବହେଳିତ ହୋଇ ପଡ଼ି ରହିଛି ରାଜାରାଜୁଡ଼ା ଅମଳରୁ ନିର୍ମାଣ ହୋଇଥିବା ଏହି ପଡ଼ିଆ। କେବଳ ଭାଷଣବାଜିରେ ଚାଲିଛି ଏହାର ଉନ୍ନତିକରଣ। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବହୁ ଇତିହାସର ମୂକସାକ୍ଷୀ ପାଲଟିଥିବା ଏହି ପଡ଼ିଆ ଆଜି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି। ସ୍ଥିତି ଏମିତି ହୋଇଛି, ସଞ୍ଜ ନଇଁଲେ, ସହରବାସୀ ସେଠାକୁ ଯିବାକୁ ଭୟ କରୁଛନ୍ତି। ଚାରିଆଡ଼େ ପଡ଼ିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ମଞ୍ଚର ଶୋଭା ବର୍ଦ୍ଧନ କରୁଛି ମେଞ୍ଚା ମେଞ୍ଚା ଖାଲି ମଦ ବୋତଲ।

୧୯୪୫ ମସିହା ଫେବୃଆରୀରେ ପାଟଣାଗଡ଼ ଷ୍ଟେଟ୍‌ର ତତ୍କାଳୀନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ୱାରା ୭ ଏକର ଜମିରେ ନିର୍ମାଣ ହୋଇଥିଲା କୋଶଳ ମଳାମଣ୍ଡଳ ପଡ଼ିଆ। ନାଟକ ପାଇଁ ଏକ ସ୍ଥାୟୀ ମଞ୍ଚ ବି ରହିଛି ଏଠାରେ। ଉଦ୍ଦେଶ୍ୟ ଥିଲା, କଳା, ସାହିତ୍ୟ, କ୍ରୀଡା, ନୃତ୍ୟ, ବାଦ୍ୟ ଓ ଚିତ୍ରାଙ୍କନର ବିକାଶ। ହେଲେ ଏହି ଲକ୍ଷ୍ୟ ଆଜି ‘ଆକାଶ କଇଁଆ, ଚିଲିକା ମାଛ’ ସଦୃଶ ହୋଇଛି।

Kalamandal Fieldପ୍ରତିବର୍ଷ ଏଠାରେ ଲୋକୋତ୍ସବ ଆୟୋଜନ ହେଉଛି। ‘ମଠଖାଇ ମହୋତ୍ସବ’ ଭଳି ସର୍ବଭାରତୀୟ ନାଟ୍ୟ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେଉଛି। ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଆସୁଛନ୍ତି। ଚଳଚଞ୍ଚଳ ହୋଇ ଯାଉଛି ପଡ଼ିଆ ପରିସର। ଜୋର୍‌ ଧରୁଛି ଭାଷଣବାଜି। କିଏ କହୁଛି ଅଡିଟୋରିୟମ କରିଦେବି ତ କିଏ କହୁଛି ନିର୍ମାଣ ହେବ ଅତ୍ୟାଧୁନିକ ମଞ୍ଚ। ସରିଯାଉଛି ଉତ୍ସବ, ଚାଲି ଯାଉଛନ୍ତି ନେତା ଓ ମନ୍ତ୍ରୀ। ଭୁଲି ଯାଉଛନ୍ତି ସବୁ ପ୍ରତିଶ୍ରୁତି। ପୁଣି ଆସନ୍ତା ବର୍ଷକୁ ରହୁଛି ଅପେକ୍ଷା। ନେତା ଓ ମନ୍ତ୍ରୀ ଆସିବେ ଆଉ ସେମାନେ ଭାଷଣବାଜିରେ ସହରବାସୀଙ୍କ କଟା ଘା’ରେ ଚୂନ ମାରିବେ।

ଦୀର୍ଘ ୬୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ପଡ଼ିଆର ଉନ୍ନତିକରଣ କହିଲେ, କେବଳ ଏକ ମଞ୍ଚ ନିର୍ମାଣ କରାଯାଇଛି। ଏହାବାଦ ସବୁକିଛି ନାହିଁ ନାହିଁରେ ଚାଲିଛି।

Kalamandal Fieldପଡ଼ିଆର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି, ସହରର ଶିକ୍ଷିତ ଯୁବକଯୁବତୀ, କଳାକାର, କଳାସଂସ୍କୃତି ଉପରେ ଗବେଷଣା କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ପଡ଼ିଆର ଏଭଳି ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କାରିଛନ୍ତି। ଅତିଶୀଘ୍ର ଏହି ପଡ଼ିଆର ପୁନରୁଦ୍ଧାର କରାଯିବାକୁ ସଂସ୍କୃତି ଗବେଷକ ଘାସିରାମ ମିଶ୍ର ଦାବି କରିଛନ୍ତି।

ଅଡିଟୋରିୟମ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ଏନେଇ ଅଞ୍ଚଳର କଳାକାରମାନେ ଜିଲ୍ଲାପାଳ ଅରବିନ୍ଦ ଡାକୁଆଙ୍କୁ ମଧ୍ୟ ଭେଟିଛନ୍ତି। ଜିଲ୍ଲାପାଳ ମଧ୍ୟ କୋଶଳ କଳାମଣ୍ଡଳ ପଡିଆର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶୀଘ୍ର ପଡ଼ିଆର ସବୁ ସମସ୍ୟା ଦୂର କରାଯିବା ସହ ଅଡିଟୋରିୟମ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କିନ୍ତୁ ଏହା ବାସ୍ତବ ରୂପ ନ ନେବା ପର୍ଯ୍ୟନ୍ତ ବଲାଙ୍ଗିରବାସୀ ଏହି ପ୍ରତିଶ୍ରୁତିକୁ ଭଲ ମନରେ ଗ୍ରହଣ କରିପାରୁନାହାନ୍ତି।



from OdishaReporter https://ift.tt/2LLJfso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages