
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ସାମ୍ନାରେ ୩୨୩ ରନ୍ର ବିଜୟ ଲକ୍ଷ୍ୟ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୩୨୨ ରନ୍ର ଏକ ବିଶାଳ ସ୍କୋର୍ ଛିଡ଼ା କରିପାରିଛି। ଜୋ-ରୁଟ୍ଙ୍କ ଶତକୀୟ ଇଂନିସ ବଳରେ ଇଂଲଣ୍ଡର ସ୍କୋର୍ ୩୦୦ ରନ ପାର ହୋଇପାରିଛି। ରୁଟ୍ଙ୍କ ବ୍ୟତୀତ ଅଧିନାୟକ ମୋର୍ଗାନଙ୍କ ବ୍ୟାଟ୍ରୁ ମଧ୍ୟ ଅର୍ଦ୍ଧଶତକୀୟ ଇଂନିସ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍ ହାସଲ କରିଛନ୍ତି। ଏହାଛଡ଼ା ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଇଂଲଣ୍ଡର ଐତିହାସିକ ଲର୍ଡ୍ସ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ଜିତିଲେ ଦିନିକିଆ ସିରିଜକୁ ମଧ୍ୟ କବ୍ଜା କରିବ ଭାରତ।
from OdishaReporter https://ift.tt/2uvIlWn
No comments:
Post a Comment