ସନ୍ଧ୍ୟା ସୁଦ୍ଧା ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ସନ୍ଧ୍ୟା ସୁଦ୍ଧା ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ   

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ,  କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।  ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶଶିକାନ୍ତ।

ସେ କହିଛନ୍ତି, ୱେଲ୍ ମାର୍କ ଲୋ ପ୍ରେସର ଏବେ ଉପକୂଳ ଓଡ଼ିଶା ଉପରେ ଦେଇ ଉତ୍ତର ଦିଗରେ ଆଭ୍ୟନ୍ତରୀଣ ଅଞ୍ଚଳକୁ  ଗତି କରୁଛି।  ଏଥିପାଇଁ  ସାରା ଓଡ଼ିଶାରେ ବର୍ଷା ହୋଇଛି।  ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ୨୯୯ ମିଲିମିଟର ବର୍ଷା ହୋଇଛି।  ସେହିପରି ପୁରୀରେ ୨୦୧ ମିଲିମିଟର ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୧୨୩ ମିଲିମିଟର ବର୍ଷା ହୋଇଛି।

ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଆଦି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।



from OdishaReporter https://ift.tt/2L9kQwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages