ଗଛ ଲଗାଇ ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଗଛ ଲଗାଇ ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା

ନୂଆଦିଲ୍ଲୀ: ଏଣିକି ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା। ରବିବାର ଏପରି ଏକ ଅଭିଯାନ ହରିୟାଣା ସରକାର ଆରମ୍ଭ କରିଛନ୍ତି। ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ। ଛାତ୍ରଛାତ୍ରୀମାନେ ନିଜେ ଲଗାଉଥିବା ଗଛ ସହ ସେଲ୍‌ଫି ନେଇ ତାକୁ ଏକ ଆପ୍‌ରେ ଅପ୍‌ଲୋଡ୍‌ କଲେ ସରକାର ସେମାନଙ୍କୁ ପ୍ରତିମାସରେ ୫୦ ଟଙ୍କା ଲେଖାଏ ଦେବେ। ଏପରି ୬ମାସ ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇପାରିବେ। ସରକାର ଖୁବ୍‌ଶୀଘ୍ର ଏହି ଆପ୍‌ ସମ୍ପର୍କରେ ଜଣାଇ ଦେବେ ବୋଲି କହିଛନ୍ତି। ଏହି ଆପ୍‌ରେ ଛାତ୍ରଛାତ୍ରୀ ସେମାନଙ୍କ ସେଲ୍‌ଫି ପୋଷ୍ଟ୍‌ କରିପାରିବେ।

ଗୁଡ଼ଗାଁଓର ତାଓ ଦେବୀ ଲାଲ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ଚାରା ରୋପଣ କରି ଏହି ‘ପୌଧାଗିରି’ ଅଭିଯାନର ଶୁଭାରମ୍ଭ କରିଛନ୍ତି।

haryanaମୁଖ୍ୟମନ୍ତ୍ରୀ କହିଛନ୍ତି,“ଛାତ୍ରଛାତ୍ରୀଙ୍କୁ ଚାରା ଦିଆଯିବ। ସେମାନେ ଘର ବଗିଚାରେ, ପାର୍କରେ, ସ୍କୁଲ୍‌ରେ କିମ୍ବା ଯେକୌଣସି ଖୋଲା ସ୍ଥାନରେ ସେଗୁଡ଼ିକୁ ଲଗାଇ ପାରିବେ। ଏହାସହ ସେମାନେ ନିଜ ଗଛର ନାଁ ମଧ୍ୟ ଦେଇପାରିବେ।”

ସେ ଆହୁରି କହିଛନ୍ତି,“ପ୍ରତି ୬ ମାସରେ ଥରେ ଛାତ୍ରଛାତ୍ରୀଙ୍କୁ ନିଜ ଗଛ ସହ ସେଲ୍‌ଫି ଉଠାଇ ଆପ୍‌ରେ ପୋଷ୍ଟ୍‌ କରିବାକୁ ପଡ଼ିବ।”

ରାଜ୍ୟ ସରକାରଙ୍କ ଅନୁସାରେ, ବର୍ତ୍ତମାନ ହରିୟାଣାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ୬ଷ୍ଠରୁ ଦ୍ୱାଦଶ ମଧ୍ୟରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି।



from OdishaReporter https://ift.tt/2zDJMro

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages