ମରାଠାଙ୍କ ପାଇଁ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ମରାଠାଙ୍କ ପାଇଁ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ମୁମ୍ବାଇ: ମହାରାଷ୍ଟ୍ରରେ ସଂରକ୍ଷଣ ଦାବିରେ ମରାଠା ସଂପ୍ରଦାୟ ପକ୍ଷରୁ ‌ଆନ୍ଦୋଳନ ଚାଲିଛି। ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରିବାକୁ ବସିଥିବାରୁ, ଏହାକୁ ପ୍ରଶମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମରାଠା ସଂରକ୍ଷଣ ଦାବି ସଂକ୍ରାନ୍ତରେ ଆଲୋଚନା କରିବାକୁ ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି।

ତେବେ ପଛୁଆ ବର୍ଗ କମିଶନ ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପରେ ହିଁ ସ୍ୱତନ୍ତ୍ର  ଅଧିବେଶନ ଡକାଯିବ।

ଅନ୍ୟପକ୍ଷରେ ମରାଠା ଆନ୍ଦୋଳନ ବେଳେ ପୁଲିସ୍‌ ହିଂସାକାଣ୍ଡ ଯୋଗୁ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ସେସବୁ ପ୍ରତ୍ୟାହାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପୁଲିସ୍‌ ମହାନିର୍ଦ୍ଦେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ସେ କହିଛନ୍ତି, ଆନ୍ଦୋଳନ ବେଳେ ପୁଲିସ୍‌ ଉପରେ ଆକ୍ରମଣ, ଜାତୀୟ ସମ୍ପତ୍ତି ନଷ୍ଟ ଓ ପୋଡ଼ାଜଳା ଭଳି ମାମଲା ପ୍ରତ୍ୟାହାର ହେବନାହିଁ।



from OdishaReporter https://ift.tt/2LucWyN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages