ମୁହଁରେ ଏଭଳି ରୋଗ ଦେଖାଦେଲେ କ’ଣ କରିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ମୁହଁରେ ଏଭଳି ରୋଗ ଦେଖାଦେଲେ କ’ଣ କରିବେ?

ମୁହଁରେ ବ୍ରଣ ଓ କଳା ଦାଗ ଭଳି ମିଲିଆ ମଧ୍ୟ ଏକ ସମସ୍ୟା। ଏହା ସାଧାରଣତଃ ଆଖିର ତଳ ଅଂଶ, ଗାଲ ଓ ନାକର ଉପରି ଭାଗରେ ଦେଖାଯାଇଥାଏ। ଦେଖିବାକୁ ଏହା ଠିକ୍‌ ଛୋଟ ଛୋଟ ଧଳା ସୋରିଷ ଦାନା ଭଳି। ଯଦିଓ ବ୍ରଣ ପରି ଏହା ଯନ୍ତ୍ରଣାଦାୟକ ନୁହେଁ, କିନ୍ତୁ ଏହା ମୁହଁକୁ ଅସୁନ୍ଦର କରିଦିଏ। ଶିଶୁମାନଙ୍କଠାରେ ଏହା ଅଧିକମାତ୍ରାରେ ଦେଖା ଯାଇଥାଏ।

ମିଲିଆର କାରଣ: ଶରୀରର ପ୍ରଟୋଟିନ୍‌ ଚର୍ମ ତଳେ ଫସିଯିବାରୁ ଏହା ଜମାଟ୍‌ ବାନ୍ଧି ମିଲିଆର ରୂପ ନିଏ। ମୃତ ଚର୍ମରୁ ମଧ୍ୟ ମୁହଁରେ ମିଲିଆ ହୋଇଥାଏ।

ସାବଧାନତା:

୧. ଟାଣ ଖରାରୁ ଦୂରେଇ ରୁହନ୍ତୁ।

୨. ମୁହଁରେ ବହଳିଆ କ୍ରିମ୍‌ କିମ୍ବା ତୈଳ ଜାତୀୟ ସାମଗ୍ରୀର ବ୍ୟବହାର କରନ୍ତୁ ନାହିଁ।

୩. ୪. ମିଲିଆକୁ ହାତରେ କିମ୍ବା ନଖରେ ଛିଡ଼ାନ୍ତୁ ନାହିଁ। କାରଣ ଏଥିରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ଉପଚାର: ମିଲିଆ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନାହିଁ। ଅଧିକାଂଶ ସମୟରେ ଏହା ବିନା ଚିକିତ୍ସାରେ ଭଲ ହୋଇଯାଇଥାଏ। ଆପଣ କେବଳ ଟିକେ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ପାଇପାରିବେ।

୧. ପ୍ରଭାବିତ ସ୍ଥାନକୁ ସବୁଦିନ ସଫା କରନ୍ତୁ। ଏଥିପାଇଁ ଏଣୁତେଣୁ ସାବୁନ୍‌ ବ୍ୟବହାର ନ କରି ଉନ୍ନତମାନର ବା ମୁହଁରେ ବ୍ୟବହାର ଉପଯୋଗୀ ସାବୁନ୍‌ ବ୍ୟବହାର କରନ୍ତୁ।

୨. ସମୟ ସମୟରେ ଉଷୁମ ପାଣିରେ ଉକ୍ତ ସ୍ଥାନକୁ ଧୋଇ ଦିଅନ୍ତୁ।

୩. ଉଚ୍ଚମାନର ସନ୍‌ସ୍କ୍ରିନ୍‌ ପ୍ରୟୋଗ କରନ୍ତୁ। ଏହାଛଡ଼ା ମିଲିଆର କିଛି ଡାକ୍ତରୀ ଚିକିତ୍ସା ମଧ୍ୟ ରହିଛି। ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରିପାରିବେ।

 



from OdishaReporter https://ift.tt/2OehJ5h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages