କେଉଁ ଲୁଣ ଖାଇଲେ କେଉଁ ରୋଗ ହୁଏ ଏବଂ କେଉଁ ରୋଗ ଭଲ ହୁଏ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

କେଉଁ ଲୁଣ ଖାଇଲେ କେଉଁ ରୋଗ ହୁଏ ଏବଂ କେଉଁ ରୋଗ ଭଲ ହୁଏ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୁଣ। ଆମ ରୋଷେଇ ଘରର ପ୍ରମୁଖ ଜିନିଷଟିଏ। ସାଧାରଣ ଲାଗୁଥିଲେ ବି ତା ବିନା ସବୁ ଟେଷ୍ଟ ବିଗିଡ଼ିଯାଏ। ଲୁଣ ଅଧିକ ହେଲେ ଅଡ଼ୁଆ, ଆଉ କମିଗଲେ ଅବାଗିଆ। ଭାରି ସାଧାରଣ ମନେ ହେଉଥିବା ଏହି ପଦାର୍ଥଟି ସମ୍ପର୍କରେ ଆମେ କ’ଣ ସତରେ ସବୁ ଜାଣିଛେ? କହିଲେ ଦେଖି ଆପଣ କ’ଣ ଜାଣନ୍ତି ? ହୁଏତ ଆମର ଏ ପ୍ରଶ୍ନ ଆପଣଙ୍କୁ ଅଡୁଆରେ ପକାଇଥିବ। ଭାବୁଥିବେ, ଆମେ ଲୁଣ ସମ୍ପର୍କରେ କ’ଣ ଜାଣିଛେ ଯେ? ସେ ସମୁଦ୍ରରୁ ମିଳେ, ଆଉ ରୋଷେଇରେ ପଡ଼େ। ଏଇ କଥା ତ!

ନାଇଁ ଆଜ୍ଞା, ଲୁଣ ବାବଦରେ ଏମିତି ବହୁତ କଥା ଅଛି, ଯାହା ଆମେ ଜାଣିନେ। ତା ହେଲେ ଆସନ୍ତୁ ଜାଣିବା ଲୁଣ ବିଷୟରେ ଆଉଟିକେ ଅଧିକା କଥା। ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଲୁଣ ଉପଲବ୍ଧ। ସାଧାରଣ ବର୍ଗର ଲୋକେ ଅନେକ ସମୟରେ କେଉଁ ପ୍ରକାର ଲୁଣ କିଣି ଖାଦ୍ୟରେ ଉପଯୋଗ କରିବେ, ତାହା ଜାଣିପାରୁ ନାହାନ୍ତି। ଦିଲ୍ଲୀର ଜଣାଶୁଣା ଖାଦ୍ୟ ବିଶେଷଜ୍ଞ ଅତୁଲ ରୋଇତେ ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ଉଚିତ୍ ପରାମର୍ଶ ଦେଇଛନ୍ତି। ବିଭିନ୍ନ ପ୍ରକାର ଲୁଣ ମଧ୍ୟରୁ- ଟେବୁଲ୍ ସଲ୍ଟ,, ସୈନ୍ଧବ ଲୁଣ, କଳାଲୁଣ, ଲୋ-ସୋଡିୟମ୍ ସଲ୍ଟ, ଏବଂ ସି-ସଲ୍ଟ ଅନ୍ୟତମ।

ଟେବୁଲ ସଲ୍ଟ: ସଂଖ୍ୟାଧିକ ଲୋକ ଟେବୁଲ ସଲ୍ଟ ହିଁ ବ୍ୟବହାର କରିଥାନ୍ତି। ଏଥିରେ ଥିବା ପର୍ଯ୍ୟାପ୍ତ ପରିମାଣର ଆୟୋଡିନ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆବଶ୍ୟକ ଓ ସୀମିତ ପରିମାଣରେ ଏହାର ଉପଯୋଗ କଲେ ସେଭଳି କ୍ଷତି ହୋଇ ନଥାଏ। ହେଲେ ଅଧିକ ପରିମାଣରେ ଏହାର ବ୍ୟବହାର ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏହି ଲୁଣର ଅଧିକ ଉପଯୋଗ ଆମ ହାଡ଼କୁ ଦୁର୍ବଳ କରିଥାଏ। ଏଣୁ ବେଳ ହୁଁ ଟେବୁଲ ସଲ୍ଟର ଉପଯୋଗରୁ ସଚେତନ ରହିବା ଆବଶ୍ୟକ।

ସୈନ୍ଧବ ଲବଣ: ସୈନ୍ଧବ ଲୁଣ, ରକ୍ ସଲ୍ଟ ନାମରେ ମଧ୍ୟ ଜଣାଯାଏ। ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଅଧିକ ପରିମାଣରେ ଥାଏ। ହୃଦ୍‌ରୋଗୀ ଓ ବୃକକ୍ ରୋଗୀ ସୈନ୍ଧବ ଲୁଣ ମିଶ୍ରିତ ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

ବ୍ଲାକ୍ ସଲ୍ଟ: ବ୍ଲାକ୍ ସଲ୍ଟ ବା କଳାଲୁଣ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେବେ ଏଥିରେ ଥିବା ଫ୍ଲୋରାଇଡ୍ କାରଣରୁ କଳାଲୁଣ ଅଧିକ ପରିମାଣରେ ଉପଯୋଗ କରିବା ମଧ୍ୟ ଶରୀରକୁ ହାନୀ ପହଞ୍ଚାଉଥିବାର ବିଶେଷଜ୍ଞଙ୍କ ମତ।

ଲୋ-ସୋଡ଼ିୟମ ସଲ୍ଟ: ରକ୍ତଚାପ ରୋଗୀ, ହୃଦ୍‌ରୋଗୀ ଓ ମଧୁମେହ ରୋଗୀ ନିଜ ଖାଦ୍ୟପାନୀୟରେ ଲୋ-ସୋଡ଼ିୟମ୍ ସଲ୍ଟର ଉପଯୋଗ କରିବା ଉଚିତ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଏହା ସେମାନଙ୍କ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ସି-ସଲ୍ଟ: ବାଷ୍ପୀକରଣ ଉପାୟରେ ପ୍ରସ୍ତୁତ ସି-ସଲ୍ଟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ। ହେଲେ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ଉଚିତ।



from OdishaReporter https://ift.tt/2O3yKiq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages