
ପୁରୀ/ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ବର୍ଷା ସତ୍ତ୍ୱେ ପ୍ରବଳ ଉତ୍ସାହ ଉଦ୍ଦୀପନାରେ ଆଜି ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ୩ ଦିଅଁ ଗୁଣ୍ଡିଚା ଯାତ୍ରା କରିଛନ୍ତି। ଏହି ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ। ରଥଟଣାରେ ସାମିଲ ହୋଇ ସେ ନିଜକୁ ଜଣେ ଓଡ଼ିଆ ଭାବେ ଧନ୍ୟ ମଣିଛନ୍ତି ବୋଲି କହି ଦେଶବିଦେଶରୁ ଆସିଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜି ହେଉଛି ସାରା ବିଶ୍ୱପାଇଁ ଏକ ପବିତ୍ର ଦିବସ। ବିଶ୍ୱର ସମସ୍ତ ନାଗରିକମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହୁ ବୋଲି ମହାପ୍ରଭୁଙ୍କ ପାଖରେ ନିବେଦନ କରିଥିବା ସେ କହିଛନ୍ତି। ରଥଯାତ୍ରା ଅବସରରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିଥିଲେ। ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରିଥିଲେ।
ଏଥିସହ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ।
from OdishaReporter https://ift.tt/2JjXWxz
No comments:
Post a Comment