ମେଡିକାଲ୍ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଏଣିକି ପ୍ରତି ପରୀକ୍ଷାର୍ଥୀ ପାଇଁ ଅଲଗା ଅଲଗା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମେଡିକାଲ୍ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଏଣିକି ପ୍ରତି ପରୀକ୍ଷାର୍ଥୀ ପାଇଁ ଅଲଗା ଅଲଗା ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଟ୍‌ ଓ ଜେଇଇର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ପ୍ରଶ୍ନ। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍‌ଟିଏ ଏପରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍‌ଲାଇନ୍‌ କରାଯାଇଛି। ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସପ୍ଟଓୟାର ଜରିଆରେ ରାଣ୍ଡମ୍ ଭାବେ ପ୍ରଶ୍ନପତ୍ର ମିଳିବ। କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେବାକୁ ଥିବାରୁ ଶତପ୍ରତିଶତ ସୁରକ୍ଷା ସହ ହ୍ୟାକ୍ ନହେବା ଲାଗି ସବୁ ପଦକ୍ଷେପ ଗ୍ରହଣ କରିଛି ଏନ୍‌ଟିଏ। ଯାହାକୁ ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ସଂଘ ସ୍ୱାଗତ କରିଛି। ମାତ୍ର ଏକ୍ସପର୍ଟଙ୍କ ମତରେ, ଆଇଆଇଟି ଓ ଏମ୍‌ସ ଲାଗି ମଧ୍ୟ ଏଥିରୁ ଛାତ୍ରଛାତ୍ରୀ ମନୋନୀତ ହେବା ଉଚିତ।

ଏହି ନୂଆ ପଦ୍ଧତିରେ ଘୋଷାପାଠ କିମ୍ବା କୋଚିଂ ନୁହେଁ, ପାଠ୍ୟକ୍ରମକୁ ଭଲ ଭାବେ ବୁଝିଥିବା ପିଲାମାନେ ସଠିକ୍ ଉତ୍ତର ଦେଇପାରିବେ। ତେବେ ଅନ୍‌ଲାଇନ୍ ଟେଷ୍ଟ ଦ୍ୱାରା ପରୀକ୍ଷା ସହଜ ହେବ ଓ ୟୁନିକ୍ ପ୍ରଶ୍ନ ଦ୍ୱାରା ସ୍ୱଚ୍ଛତା ଆସିବ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। ବର୍ଷକୁ ଦୁଇଥର ଓ ନିର୍ଦ୍ଦିଷ୍ଟ ତାରିଖ ଭିତରେ ମନ ମୁତାବକ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ତେବେ ମେଡିକାଲ୍ ଓ ଇଞ୍ଜିନିୟରିଂ ପାଠ ପାଇଁ ଅନ୍‌ଲାଇନ୍‌ ଟେଷ୍ଟ ପ୍ରଥମ ଥର ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ମଧ୍ୟ ରହିଛି।

ଏନ୍‌ଟିଏ ଦ୍ୱାରା ହେବାକୁ ଥିବା ଏହି ଅନ୍‌ଲାଇନ୍‌ ଟେଷ୍ଟରେ ଛାତ୍ରଛାତ୍ରୀମାନେ ଡାଉଟ୍‌ ଥିବା ଉତ୍ତରକୁ ହୋଲ୍ଡ କରି ଅନ୍ୟ ପ୍ରଶ୍ନର ଉତ୍ତର ଦେଇପାରିବେ। ଶେଷରେ ସମ୍ପୂର୍ଣ୍ଣ ସେଟ୍‌ ଦାଖଲ କରିବେ। ନୂଆ ପଦ୍ଧତିରେ ଆଉ କ’ଣ ସବୁ ବ୍ୟବସ୍ଥା ରହିଛି ତାହା ଖୁବ୍‌ଶୀଘ୍ର ପ୍ରକାଶ ପାଇବ।



from OdishaReporter https://ift.tt/2uKJglB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages