ଘାରିଛି ଅଜଣା ରୋଗର ଭୟ, ଘରକୁ ଫେରିଆସୁଛନ୍ତି ଦାଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଘାରିଛି ଅଜଣା ରୋଗର ଭୟ, ଘରକୁ ଫେରିଆସୁଛନ୍ତି ଦାଦନ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ରୋଜଗାର ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠି ଗ୍ରାସୁଛି ଅଜଣା ରୋଗ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳ ଲୋକ। ଗତ ୬ ତାରିଖରେ ନିମାତପୁର ଅଞ୍ଚଳର ୨ ଭାଇ ବରେନ୍ଦ୍ର ଜେନା ଓ ଉତ୍ତମ ଜେନାଙ୍କର ମୃତ୍ୟୁ ପରେ ସମସ୍ତଙ୍କୁ ଘାରିଛି ଏମିତି ଭୟ। ପରିବାର ଲୋକଙ୍କଠାରୁ ଡାକରା ପାଇ ସେମାନେ ଘରକୁ ଫେରି ଆସୁଛନ୍ତି। ଗତକାଲି ପୁଣି ଗୋଆରୁ ଫେରିଛନ୍ତି ୧୨ଜଣ ଯୁବକ। ସେମାନେ ଫେରିବା ପରେ ବାଲେଶ୍ୱର ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ଶରୀରରେ କୌଣସି ସଂକ୍ରାମକ ରୋଗର ଲକ୍ଷଣ ଦେଖାଯାଇନଥିବା ବାଲେଶ୍ୱର ଏଡିଏମ୍ଓ ବିବେକାନନ୍ଦ ଦାଶ କହିଛନ୍ତି। ପରେ ସେମାନେ ନିଜ ଗାଁକୁ ଫେରି ଯାଇଛନ୍ତି।

ସେପଟେ ଗତ ୧୬ ତାରିଖରେ ଗୋଆରୁ ବାଲେଶ୍ୱର ଫେରିଥିବା ୮ ଜଣ ଶ୍ରମିକଙ୍କର ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି। ସମସ୍ତଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଆସିଛି। ଯେଉଁଥିରେ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ୍ ଫ୍ଲୁ ନେଗେଟିଭ୍‌ ଆସିଛି। ତଥାପି ସମସ୍ତଙ୍କୁ ଆଉ ୪୮ ଘଣ୍ଟା ପାଇଁ ଅବ୍‌ଜରଭେସନ୍‌ରେ ରଖାଯାଇଛି। ଆଗ ଅପେକ୍ଷା ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ଚିକିତ୍ସାଧୀନ ଜଣେ ରୋଗୀ କହିଛନ୍ତି। ଅନ୍ୟପକ୍ଷରେ ସେମାନେ ‘ନିପା’ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଯେଉଁ ପ୍ରଚାର ହେଉଛି, ତାହା ଗୁଜବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସେପଟେ ଚିକିତ୍ସାଧୀନ ଶ୍ରମିକଙ୍କୁ ଆଜି ଭେଟିଥିଲେ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ।



from OdishaReporter https://ift.tt/2zTtsCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages