ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ କେଉଁ ଦଳକୁ ମିଳିବ କେତେ ସମୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ କେଉଁ ଦଳକୁ ମିଳିବ କେତେ ସମୟ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ସକାଳ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗୃହରେ ଆଲୋଚନା ହେବ। ସଂଧ୍ୟା ୬ଟା ପରେ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୁମିତ୍ରା ମହାଜନ ଏହି ଆଲୋଚନାରେ ଭାଗନେବାକୁ ଥିବା ବିଭିନ୍ନ ରାଜନୀତିକ ଦଳ ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ବିଜେପି ପାଇଁ ସର୍ବାଧିକ ୩ ଘଣ୍ଟା ୩୩ ମିନିଟ୍ ଧାର୍ଯ୍ୟ ହୋଇଥିବା ବେଳେ କଂଗ୍ରେସକୁ ୩୮ ମିନିଟ୍, ଏଆଇଡିଏମ୍‌କେକୁ ୨୯ ମିନିଟ୍, ତୃଣମୂଳ କଂଗ୍ରେସକୁ ୨୭ ମିନିଟ୍, ବିଜେଡିକୁ ୧୫ ମିନିଟ୍, ଶିବସେନାକୁ ୧୪ ମିନିଟ୍, ଟିଡିପିକୁ ୧୩ ମିନିଟ୍, ଟିଆରଏସ୍‌କୁ ୯ ମିନିଟ୍, ସିପିଆଇଏମ୍ ୭ ମିନିଟ୍, ସମାଜବାଦୀ ପାର୍ଟି ୬ ମିନିଟ୍, ଏନ୍‌ସିପିକୁ ୬ ମିନିଟ୍ ଓ ଲୋକ ଜନଶକ୍ତି ପାର୍ଟି ସଦସ୍ୟଙ୍କ ପାଇଁ ୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ରରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବ। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଲୋକସଭାରେ ବିଜେଡି ସାଂସଦ ତଥାଗତ ସତପଥୀ ଟ୍ୱିଟ୍ କରି କହିଛନ୍ତି ଯେ, ଦଳର ସମସ୍ତ ଲୋକସଭା ସାଂସଦଙ୍କୁ ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି ହୋଇଛି। ତେବେ ଅନାସ୍ଥା ପ୍ରସ୍ତାବକୁ ଦଳ ସମର୍ଥନ କରିବ ନା ବିରୋଧ କରିବ, କିମ୍ୱା ଭୋଟ୍ ଦାନରୁ ଦୂରେଇ ରହିବ ସେ ନେଇ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ଶ୍ରୀ ସତପଥୀ କହିଛନ୍ତି।



from OdishaReporter https://ift.tt/2Lb4AvK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages