
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଅଡ଼ୁଆରେ ଆଇପିଏଲ୍ ଚ୍ୟାର୍ମ୍ୟାନ୍ ରଜୀବ ଶୁକ୍ଲା। ଏକ ଷ୍ଟିଙ୍ଗ୍ ଅପରେସନ୍ରେ ରାଜୀବ ଶୁକ୍ଲାଙ୍କ ନିକଟତର କୁହାଯାଉଥିବା ମହମ୍ମଦ ଆକ୍ରମ୍ଙ୍କ ଉପରେ ଆସିଛି ସଙ୍ଗିନ୍ ଅଭିଯୋଗ। ଏକ ଷ୍ଟିଙ୍ଗ୍ ଅପରେସନ୍ରୁ ଏହି ଅଭିଯୋଗ ଆସିଛି। ଯୁବ କ୍ରିକେଟର୍ ରାହୁଲ ଶର୍ମା ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କୁ ୟୁପି ଟିମ୍ରେ ଖେଳିବାକୁ ହେଲେ ଝିଅ ଯୋଗାଡ଼ କରିବାକୁ କୁହାଯାଇଥିଲା। ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଏହି ଖୁଲାସା ହୋଇଛି। ୟୁପି କ୍ରିକେଟ୍ ଆସୋସିଏସନ୍ରେ ଆକ୍ରମଙ୍କ ପ୍ରଭାବ ବେଶ୍ ଅଧିକ। ଟିମ୍ରେ ସିଲେକ୍ସନ୍ ପାଇଁ ମହମ୍ମଦ ଆକ୍ରମ୍ ରାହୁଲଙ୍କୁ ଟଙ୍କା ଓ ଝିଅ ଦେବାକୁ କହିଥିଲେ ବୋଲି ଷ୍ଟିଙ୍ଗ୍ ଅପରେସନରେ ଜଣାପଡ଼ିଛି। ରାହୁଲ ଶର୍ମା ଏହା ମଧ୍ୟ କହିଛନ୍ତି, ମହମ୍ମଦ ଆକ୍ରମ ଟଙ୍କା ନେଇ ବିସିସିଆଇର ଏଜ୍ ଗ୍ରୁପ୍ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଜାଲ୍ ସାର୍ଟିଫିକେଟ୍ ମଧ୍ୟ କରିଥାନ୍ତି।

ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଆକ୍ରମଙ୍କ ଅସଲି ଚହେରା ଏବେ ପଦାକୁ ଆସିଛି। ରାହୁଲ ଓ ଆକ୍ରମଙ୍କ ମଧ୍ୟରେ ଏନେଇ କଥାବର୍ତ୍ତା ହୋଇଥିବାର ଏକ କଲ୍ ରେକର୍ଡରୁ ଜଣାପଡ଼ିଛି, ଯାହା ବର୍ତ୍ତାମାନ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କଲ୍ ରେକର୍ଡରେ ଆକ୍ରମ କହିଛନ୍ତି, କିଛି ମ୍ୟାଚ୍ ପରେ ରାହୁଲଙ୍କୁ ଟିମ୍ରେ ସାମିଲ କରିଦିଆଯିବ।

ଯେଉଁ କ୍ରିକେଟର୍ଙ୍କ କନେକ୍ସନ ଆକ୍ରମଙ୍କ ସହ ଭଲ ନଥାଏ, ସେହି କ୍ରିକେଟ୍ ପ୍ରଦର୍ଶନ ଭଲ ଥିଲେ ବି ଟିମ୍ରେ ସ୍ଥାନ ମିଳିନଥାଏ। ୟୁପି ଖେଳାଳି ଚୟନ କମିଟିରେ ଆକ୍ରମ କୌଣସି ପଦରେ ରହିନଥିଲେ ମଧ୍ୟ ରାଜୀବ ଶୁକ୍ଲାଙ୍କ ନିକଟତର ହୋଇଥିବାରୁ ପରଦା ପଛରେ ରହି ଟିମ୍ ସିଲେକ୍ସନ୍ରେ ବଡ଼ ଭୂମିକା ଗ୍ରହଣ କରିଥାନ୍ତି। ରାଜୀବ ଶୁକ୍ଲାଙ୍କ ବ୍ୟତୀତ ଆକ୍ରମ, ଅଭିନେତା ଶାହାରୁଖ ଖାନଙ୍କର ମଧ୍ୟ ବେଶ୍ ପାଖ ଲୋକ ବୋଲି ଚର୍ଚ୍ଚା ହେଉଛି।
from OdishaReporter https://ift.tt/2NvWfPR
No comments:
Post a Comment