ଭଦ୍ରକ ଦୁର୍ଘଟଣା: ଗିରଫ ହେଲା ଟ୍ରକ୍‌ ଚାଳକ, ହଟିଲା ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଭଦ୍ରକ ଦୁର୍ଘଟଣା: ଗିରଫ ହେଲା ଟ୍ରକ୍‌ ଚାଳକ, ହଟିଲା ରାସ୍ତାରୋକ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଏକ ୧୦ ଚକିଆ ଟ୍ରକ୍‌ ମାଡ଼ିଯାଇ ୫ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇ ପଡ଼ିଛି ସ୍ଥାନୀୟ ଅଞ୍ଚଳ। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେବା ସହ ୧୬ ନମ୍ୱର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ଫଳରେ ଗାଡ଼ି ଚଳାଚଳରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ। ମାତ୍ର ଦାବି ପୂରଣ ନହେବା ଯାଏ ସେମାନେ ଅବରୋଧରୁ ହଟିବେ ନାହିଁ ବୋଲି ଅଡ଼ି ବସିବାରୁ ଭିଡ଼କୁ ହଟାଇବାକୁ ଯାଇ ପୁଲିସକୁ ଲାଠି ଚାଳନା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା। ଶେଷରେ ରାସ୍ତା ଅବରୋଧ ହଟିଥିଲେ ହେଁ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡ଼ିଛି।



from OdishaReporter https://ift.tt/2uLWX3N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages